ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: କୋରାପୁଟ ଜିଲ୍ଲା ଜୟପୁରର ଏୟାରଷ୍ଟ୍ରିପ୍ ପାଇଁ ରନୱେ ପ୍ରସ୍ତୁତ, ଏଟିସି ପ୍ରସ୍ତୁତ, ଯାତ୍ରୀଙ୍କୁ ସ୍ୱାଗତ ପାଇଁ ଟର୍ମିନାଲ୍ ବିଲ୍ଡିଂର କାର୍ଯ୍ୟ ମଧ୍ୟ ଶେଷ, ହେଲେ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ଥିବା ଏହି ଏୟାରଷ୍ଟ୍ରିପ୍ରେ ନା କୌଣସି ଯାତ୍ରୀବାହୀ ବିମାନ ଲ୍ୟାଣ୍ଡିଂ କରୁଛି, ନା ଟେକ୍ଅପ୍ କରୁଛି। ଦୀର୍ଘ ଦିନ ବିତିଯାଇଥିଲେ ବି କାର୍ଯ୍ୟକ୍ଷମ ହୋଇପାରୁନି।
ଯାତ୍ରୀବାହୀ ବିମାନ ଚଳାଚଳ ପାଇଁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ-ଡିଜିସିଏରେ ଆବେଦନ କରିଛି ଜିଲ୍ଲା ପ୍ରଶାସନ। ଅଥଚ ଏଯାଏଁ ମିଳିନି ଗ୍ରୀନ୍ ସିଗ୍ନାଲ୍। କାରଣ ଏମଜିଆଇ-୨୮ ସିଟ୍ରୁ ଏଟିଆର୍-୭୨ ସିଟ୍ ପାଇଁ ଡିପିଆର୍ ପ୍ରସ୍ତୁତ ହୋଇଥିଲେ ବି ନିର୍ମାଣ ପାଇଁ ଠିକା ସଂସ୍ଥା ସହ ଚୁକ୍ତିରେ ବିଳମ୍ବ ଘଟୁଛିା
କେବେ ହେବ ନିର୍ମାଣ କାମ ଆଉ କେବେ ଉଡ଼ିବ ଯାତ୍ରୀବାହୀ ବିମାନ ତାକୁ ନେଇ ଲାଗିରହିଛି ଅନିଶ୍ଚିତତା। କେବଳ ଜୟପୁର ନୁହେଁ, ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍-ସେଲ୍ ଅଧିନରେ ଥିବା ରାଉରକେଲା ଏୟାରଷ୍ଟ୍ରିପ୍ର ମଧ୍ୟ ସମାନ ଅବସ୍ଥା। ଆଜି ଯାଏଁ ସାଧାରଣ ଯାତ୍ରୀଙ୍କୁ ନେଇ ଏହି ଏୟାରଷ୍ଟ୍ରିପ୍ ଉଡ଼ିନି କୌଣସି ବିମାନ।