ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ: କଟକ ଶିଶୁଭବନରେ ଅଗ୍ନିକାଣ୍ଡ ହୋଇଛି । ଶିଶୁଭବନର ଆଇସିୟୁରେ ବିଭାଗରେ ଏହି ଅଗ୍ନିକାଣ୍ଡ ଘଟିଛି । ତେବେ ରୋଗୀ ମାନଙ୍କୁ ଓ ସେମାନଙ୍କ ସମ୍ପର୍କୀୟମାନଙ୍କୁ ତୁରନ୍ତ ସେଠାରୁ ସ୍ଥାନାନ୍ତର କରାଯିବାରୁ ଅଳ୍ପକେ ବର୍ତ୍ତି ଯାଇଛି ଅନେକ ଜୀବନ । ଶିଶୁଭବନର କର୍ତ୍ତୁପକ୍ଷଙ୍କ ଦ୍ଵାରା ଏହି ନିଆଁକୁ ଆୟତ୍ତ କରାଯାଇଥିଲା ।ତେବେ ନିଆଁ ଲାଗିବାର କାରଣ ଏଯାଏଁ ଜଣା ପଡିନାହିଁ ।