ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ମିତାଲି ରାଜ୍ ନିଜର କ୍ରିକେଟ ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡିଛନ୍ତି । ସେ ପ୍ରଥମ ଭାରତୀୟ ମହିଳା କ୍ରିକେଟର ଭାବେ ଆନ୍ତର୍ଜାତୀୟ କ୍ରିକେଟରେ ୧୦ ହଜାର ରନ ପୂରଣ କରିବାରେ ସକ୍ଷମ ହୋଇ ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି । ଶୁକ୍ରବାର ଦିନ ମିତାଲୀ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକିଆରେ ୩୫ ରନ ପୂରଣ କରିବା ପରେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି ।
ମିତାଲୀ ୩୧୧ଟି ଅନ୍ତରାଷ୍ଟ୍ରୀୟ ଖେଳି ୧୦,୦୦୧ ରନ୍ କରିଛନ୍ତି । ମିତାଲୀ ୪୬.୭୩ ଆଭେରେଜରେ ୧୦ ହଜାର ରନ୍ ପୂରଣ କରିଛନ୍ତି । ମିତାଲୀଙ୍କ ପୂର୍ବରୁ ମହିଳା କ୍ରିକେଟରେ ସର୍ବାଧିକ ରନ୍ ସ୍କୋରର ହେଉଛନ୍ତି ଚାଲାର୍ଟ ଏଡଓ୍ବାର୍ଡସ୍ । ସେ ଏପର୍ଯ୍ୟନ୍ତ ୩୦୯ ଟି ମ୍ୟାଚ୍ ଖେଳି ୧୦,୨୭୩ ରନ୍ ସ୍କୋର କରିଛନ୍ତି ।
ଆନ୍ତର୍ଜାତୀୟ କ୍ରିକେଟରେ ୧୦ ହଜାର ରନ ପୂରଣ କରିବା ପରେ ରାଜ୍ଙ୍କ ନିକଟକୁ ଶୁଭେଚ୍ଛାର ଶୁଅ ସୁଟିଛି । ବିସିସିଆଇ, ସଚିନ ତେନ୍ଦୁଲକର ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
 
Hearty Congratulations to Mithali Raj, captain of India’s ODI cricket team, for becoming the first Indian woman cricketer to reach the 10,000-run milestone in international cricket. My best wishes for her future endeavours. @M_Raj03 pic.twitter.com/tiOl20EiFO
— Vice President of India (@VPSecretariat) March 12, 2021
 
What a champion cricketer! 👏👏
First Indian woman batter to score 10K international runs. 🔝 👍
Take a bow, @M_Raj03! 🙌🙌@Paytm #INDWvSAW #TeamIndia pic.twitter.com/6qWvYOY9gC
— BCCI Women (@BCCIWomen) March 12, 2021
 
Heartiest congratulations Mithali on completing 1️⃣0️⃣,0️⃣0️⃣0️⃣ runs in International Cricket.
Terrific achievement… 👏🏻
Keep going strong! 💪🏻 pic.twitter.com/1D2ybiVaUt— Sachin Tendulkar (@sachin_rt) March 12, 2021