ସନ୍ଷ୍ଟାର ଟିଭି ବ୍ୟୁରୋ
ଅହମ୍ମଦାବାଦ: ଗତକାଲି ଇଣ୍ଡିଆ- ଇଂଲଣ୍ଡ ଟି-୨୦ ମ୍ୟାଚରେ ଇଂଣ୍ଡିଆକୁ ପରାଜୟର ସ୍ଵାଦ ଚାଖିବାକୁ ପଡିଛି । ଟେଷ୍ଟ ସିରିଜ ହାରିବା ପରେ ଟି-୨୦ରେ ପରାଜୟର ବଦଲା ନେଇଛନ୍ତି ଟିମ ଇଂଲଣ୍ଡ । ୧୨୫ ରନର ବିଜୟ ଲକ୍ଷ୍ୟକୁ ମାତ୍ର ୨ ଓ୍ବିକେଟ ହରାଇ ହାସଲ କରି ନେଇଛି । ଜାସନ୍ ରୟଙ୍କ ଦମଦାର ୪୯, ଜନି ବେୟାରଷ୍ଟୋଙ୍କ ଅପରାଜିତ ୨୬ ଓ ଜୋସ୍ ବଟଲରଙ୍କ ୨୮ ରନରେ ବଳରେ ଇଂଲଣ୍ଡ ଦଳ ବିଜୟୀ ହୋଇଛି । ଯାହାଫଳରେ ଟି-୨୦ ସିରିଜରେ ଇଂଲଣ୍ଡ ଦଳ ୧-୦ରେ ଆଗୁଆ ରହିଛି ।
ତେବେ ହାରିବେ ପରେ ଟିମ ଇଣ୍ଡିଆର କ୍ୟାପଟେନ ବିରାଟ କୋହଲି ନିଜର ମତ ରଖିଛନ୍ତି । ସେ କହିଛନ୍ତି ଯେ ପଡିଆରେ କିପରି ଖେଳାଯିବ ଆମେ ଜାଣିପାରିଲୁ ନାହିଁ । ଆମେ ଯେଉଁ ସର୍ଟ ମାରିବାକୁ ଚାହୁଁଥିଲୁ ସେପରି ହୋଇପାରିଲା ନାହିଁ । ତେବେ ଆମେ ଆମ ଭୁଲ୍କୁ ସ୍ଵୀକାର କରୁଛୁ କିନ୍ତୁ ପରବର୍ତ୍ତୀ ମ୍ୟାଚରେ ଏହି ଭୁଲ୍କୁ ସୁଧାରି ଭଲ ଖେଳିବୁ ବୋଲି ଆଶା ଅଛି ।
ସେ ଆଉ ମଧ୍ୟ କହିଛନ୍ତି ଯେ ଆମର ବ୍ୟାଟିଙ୍ଗ ପ୍ରଦର୍ଶନ ଖରାପ ଥିଲା । ପଡିଆକୁ ଆକଳନ କରିବାକୁ ଯେତିକି ସମୟ ଦରକାର ଥିଲା ଆମେ ଦେଇ ପାରିଲୁନାହିଁ । ଶ୍ରେୟସ ଆୟାର ଆମକୁ ଏହି ପଡିଆରେ କିପରି ଖେଳାଯିବା ଉଚିତ୍ ସେ ବିଷୟରେ ଶିଖାଇଲେ । ତେବେ ସେ ଆଉ ମଧ୍ୟ କହିଛନ୍ତି ଯେ ମ୍ୟାଚରେ ଏମତି ହାର ଜିତ ଲାଗିରହିଥାଏ । କେବେ କେବେ ବହୁତ ଭଲ ସ୍କୋର ହୁଏ ତ ଆଉ କେବେ ହୋଇପାରେନାହିଁ ।