ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : କିଛି ମାସ ପୂର୍ବରୁ କରୋନା ସଂକ୍ରମଣ ହାର କମିବାରେ ଲାଗିଥିଲେ ମଧ୍ୟ ଗତ କିଛି ଦିନ ହେଲା ପଡୋଶୀ ରାଜ୍ୟ ଗୁଡିକରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ପରିସ୍ଥିତି ଭଲ ଥିଲେ ମଧ୍ୟ ଆଗୁଆ ପଦକ୍ଷେପ ସ୍ଵରୂପ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏକ କମିଟି ଗଠନ କରିଛନ୍ତି । କରୋନା ସଂପର୍କିତ ପ୍ରତିକାର ବ୍ୟବସ୍ଥା ପାଇଁ ପଦକ୍ଷେପ ନେବ ଏହି କମିଟି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ଆର୍ଏମ୍ଆର୍ସି ନିର୍ଦ୍ଦେଶକ ଓ ଆଇଏଲ୍ଏଫ୍ ନିର୍ଦ୍ଦେଶକଙ୍କୁ ନେଇ କମିଟି ଗଠିତ ହୋଇଛି । ତେବେ ମହାରାଷ୍ଟ୍ରର ପରିସ୍ଥିତି ଓଡିଶାରେ ଉପୁଜି ନାହିଁ ବୋଲି ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି । ଓଡିଶାର ପରିସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ସେ କହିଛନ୍ତି ।