ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଆଜି ବିଧାନସଭାରେ ଦ୍ଵିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଚାଲିଛି । ଚାଷୀ ଓ ଧାନ ପ୍ରସଙ୍ଗକୁ ନେଇ ଗୃହ ବେଶ୍ ଗରମ ରହିଛି । ତେବେ ମଣ୍ଡି ସମସ୍ୟାକୁ ନେଇ ବିଷ ପିଇବାକୁ ଉଦ୍ୟମ କରିଛନ୍ତି ବିରୋଧି ଦଳ ନେତା ସୁବାସ ପାଣିଗ୍ରାହୀ । ଗୃହର ଆଗକୁ ଆସି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସାମ୍ନାରେ ସେ ରଖାଯାଇଥିବା ଏକ ସାନିଟାଇଜର ବୋତଲରୁ ସାନିଟାଇଜର ପିଇବାକୁ ହଠାତ୍ ଉଦ୍ୟମ କରିଥିଲେ । କିନ୍ତୁ ପାଖରେ ବସିଥିବା ସାଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ତାଙ୍କ ହାତରୁ ସାନିଟାଇଜର ବୋତଲ ଛଡାଇ ନେଇଥିଲେ । ଫଳରେ ବଡ ଅଘଟଣ ଘଟିବାରୁ ବର୍ତ୍ତି ଯାଇଛି ।
ତେବେ ସେ ପୂର୍ବରୁ ମଧ୍ୟ ଚାଷୀଙ୍କ ଧାନ ଜଲଦି ମଣ୍ଡିକୁ ନ ନିଆଗଲେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଥିଲେ ।