ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଚଳିତ ବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଅନ୍ଲାଇନରେ କ୍ଲାସ କରାଯାଉଥିଲେ ମଧ୍ୟ ବିଦ୍ୟାଳୟରେ ପାଠପଢା ବନ୍ଦ ରହିଥିଲା । ତେବେ ଗତବର୍ଷ ପରି ଏବର୍ଷ ମଧ୍ୟ ବାର୍ଷିକ ପରୀକ୍ଷା ନ କରାଇ ପ୍ରଥମରୁ ଅଷ୍ଟମ ଛାତ୍ରଛାତ୍ରୀମାନଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯିବ ବୋଲି ଚର୍ଚ୍ଚା ଜୋର ଧରିଛି ।
ଶିକ୍ଷା କ୍ୟାଲେଣ୍ଡର ଅନୁସାରେ ଆଉ ମାସେ ପରେ ଆରମ୍ଭ ହେବ ନୂଆ ଶିକ୍ଷାବର୍ଷ । ହେଲେ ଏପର୍ଯ୍ୟନ୍ତ ୨୦୨୦-୨୧ ଶିକ୍ଷାବର୍ଷରେ ପଢୁଥିବା ପ୍ରଥମରୁ ଅଷ୍ଟମ ପିଲା ସ୍କୁଲ ମୁହଁ ଦେଖିଲେନି । ନବମରୁ ଦ୍ୱାଦଶ କ୍ଲାସ୍ ହୋଇଥିବାବେଳେ ପ୍ରଥମରୁ ଅଷ୍ଟମ ପିଲା କ୍ଲାସ୍ ଆସିନାହାନ୍ତି । ଏପଟେ କରୋନା ସଂକ୍ରମଣର ଭୟ ପାଇଁ ସେମାନଙ୍କ ସ୍କୁଲ ଆଉ ନଖୋଲିପାରେ ବୋଲି ଆଲୋଚନା ହେଉଛି । ତେଣୁ ପିଲାଙ୍କୁ ଏଥର ବି ଉପର ଶ୍ରେଣୀକୁ ବିନା ପରୀକ୍ଷାରେ ଉତ୍ତୀର୍ଣ୍ଣ କରାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।