ସନ୍ଷ୍ଟାର ଟିଭି ବ୍ୟୁରୋ
ଲଣ୍ଡନ: ବିଟ୍ରେନ୍ର ଜାତୀୟ ସ୍ବାସ୍ଥ୍ୟ ସେବା(ଏନ୍ଏଚ୍ଏସ୍) ବିଶ୍ବର ସବୁଠୁ ଦାମୀ ଔଷଧ ‘ଜୋଲଜେନ୍ସମା’କୁ ମଞ୍ଜୁରୀ ପ୍ରଦାନ କରିଛି । ଏହି ଔଷଧ ବଂଶାନୁଗତ ବ୍ୟତିକ୍ରମ( genetic disorder) ଦୂର କରିବ ବୋଲି କମ୍ପାନି ପକ୍ଷରୁ ଦାବି କରାଯାଇଛି । ନୋଭାର୍ଟିସ୍ ଜିନ୍ ଥେରାପି କମ୍ପାନି ଦ୍ବାରା ପ୍ରସ୍ତୁତ ହୋଇଥିବା ଏହି ଔଷଧର ମୂଲ୍ୟ ପ୍ରାୟ ୧୭.୯ ଲକ୍ଷ ପାଉଣ୍ଡ୍ ବା ୧୮ କୋଟି ଟଙ୍କା ରହିଛି ।
ଏହି ଔଷଧ ବିଶେଷ କରି ପକ୍ଷାଘାତ, ମାଂସପେଶୀରେ ଦୁର୍ବଳତା ଓ ଚାଲିବାରେ ଅବନତି ଘଟାଉଥିବା ସ୍ପାଇନାଲ୍ ମସ୍କୁଲାର ଆଟ୍ରପି(ଏସ୍ଏମ୍ଏ) ପରି ବିରଳ ତଥା ଘାତକ ଆନୁବଂଶିକ ରୋଗକୁ ଏହା ଭଲ କରିପାରିବ ବୋଲି ଏନ୍ଏଚ୍ଏସ୍ ପକ୍ଷରୁ କୁହାଯାଇଛି । ତେବେ ସ୍ବତନ୍ତ୍ର କରି ଏସ୍ଏମ୍ଏରେ ପୀଡ଼ିତ ଶିଶୁ ଓ ତରୁଣମାନଙ୍କ ଠାରେ କେବଳ ଏହି ବିରଳ ଔଷଧର ପ୍ରୟୋଗ କରାଯାଇପାରିବ ।