ସନ୍ଷ୍ଟାର ଟିଭି ବ୍ୟୁରୋ
(Image courtesy – aajtak)
ନୂଆଦିଲ୍ଲୀ: ପାକିସ୍ତାନ ଓ ଚୀନକୁ ଲାଗିବାକୁ ଯାଉଛି ଏକ ବଡ ଝଟକା । କାରଣ ଖୁବ୍ ଶୀଘ୍ର ଭାରତ କିଣିବାକୁ ଯାଉଛି MQ-9 Reaper/Predator B ନାମକ ଡ୍ରୋନ । ଯେଉଁ ଡ୍ରୋନର ସାହାଯ୍ୟରେ ଆମେରିକା ଅନେକ ଆତଙ୍କବାହୀ ଧ୍ଵଂସ କରିଛି । ଭାରତ ଆମେରିକାଠାରୁ ପ୍ରାୟ ୩୦ଟି ଡ୍ରୋନ କ୍ରୟ କରିବାକୁ ଯାଉଛି ଯାହା ପାଇଁ ଭାରତକୁ ପ୍ରାୟ ୨୧,୮୩୨ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ପ୍ରାଥମିକ ସ୍ତରରେ ଏହି ଡ୍ରୋନ ଭାରତର ସୀମାନ୍ତରେ ନଜର ରଖିବ ଓ ଜାସୁସି କରିବ ।
ଏହି ଡ୍ରୋନର ବିଶେଷତ୍ଵ ହେଉଛି ଏହା ଆକାଶରେ ଲଗାତର ୪୮ ଘଣ୍ଟା ଯାଏଁ ଉଡି ପାରିବ ଓ ନିଜ ସହିତ ପ୍ରାୟ ୧୭୦୦ କି.ଗ୍ରା ଓଜନର ଜିନିଷ ଉଠାଇ ପାରିବ । ଏହାକୁ ଉଡାଇବା ପାଇଁ ଦୁଇ ଜଣ ପାଇଲଟ ଦରକାର ହୋଇଥାନ୍ତି । ଏହା ରିମୋର୍ଟ ମାଧ୍ୟମରେ ଉଡିଥାଏ । ଏହି ଡ୍ରୋନର ଲମ୍ଵ ୩୬ ଫୁଟ୍, ଓ୍ଵିଙ୍ଗସ୍ପେନ ୬୫ ଫୁଟ୍ ୫ ଇଞ୍ଚ, ଉଚ୍ଚତା ୧୨ ଫୁଟ୍ ୬ ଇଞ୍ଚ ଅଟେ । ଏହି ଡ୍ରୋନ ଘଣ୍ଟାକୁ ୪୮୨ କି.ମି ଉଡାଣ କରିପାରିବ । ଆକାଶ ମାର୍ଗରୁ ତଳକୁ ପ୍ରାୟ ୧୯୦୦ କି.ମି ପର୍ଯ୍ୟନ୍ତ ନିଜର ରଖିପାରିବ ।