ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏବେ ପଦୋନ୍ନତୀ ପାଇ ‘ଟେରିଟରିୟାଲ୍ ଆର୍ମି’ର କ୍ୟାପ୍ଟେନ୍ର ଦାୟିତ୍ଵ ସମ୍ଭାଳିବାକୁ ଯାଉଛନ୍ତି । ତେବେ ଏନେଇ ନିଜେ ଟ୍ଵିଟ୍ କରି ସୂଚନା ଦେଇଛନ୍ତି ଅନୁରାଗ ଠାକୁର । ସାଂସଦ ଥିବା ଅବସ୍ଥାରେ ଏଭଳି ପଦବୀରେ ନିଯୁକ୍ତି ପାଇବାରେ ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି ।
ହିମାଚଳ ପ୍ରଦେଶର ହାମିପୁରରୁ ବିଜେପି ସାଂସଦ ଭାବେ ଚାରି ଥର ବିଜୟୀ ହୋଇଥିବା ଠାକୁରଙ୍କୁ ଜୁଲାଇ ୨୦୧୬ ରେ ‘ଟେରିଟରିୟାଲ୍ ଆର୍ମି’ର ଲେଫ୍ଟ୍ନାଣ୍ଟ୍ ଭାବେ ନିଯୁକ୍ତି ଦେଇଥିଲେ । ଏବେ ତାଙ୍କର ପଦୋନ୍ନତି ହୋଇ କ୍ୟାପ୍ଟେନ୍ ପଦ ମିଳିଛି ।
ଠାକୁର କହନ୍ତି, ତାଙ୍କ ଜେଜେ ଓ ଜେଜେଙ୍କ ବାପା ମଧ୍ୟ ସେନାବାହିନୀରେ କାର୍ଯ୍ୟ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି, ସଶସ୍ତ୍ରବାହିନୀରେ କାର୍ଯ୍ୟ କରିବାର ପୁରୁଣା ପରମ୍ପରା ଥିବା ଦେବଭୂମି ହିମାଚଳର ବାସିନ୍ଦା ମୁଁ । ମୋ ପୂର୍ବଜମାନଙ୍କର ଏହି ଦାୟିତ୍ୱ ବହନ କରି ମୁଁ ଆନନ୍ଦିତ । ‘ୟୁନିଫର୍ମ’ ପରିଧାନ କରିବା ପାଇଁ ଏଇଟା ଏକ ଅବସର । ସେ ଆଉ ମଧ୍ୟ କହିଛନ୍ତି ଯେ ଜଣେ ସାଂସଦ ଭାବେ ସମାଜ ସେବା କରିବା ତାଙ୍କ ପାଇଁ ଗୌରବର କଥା । ତା’ଛଡ଼ା, ‘ଟେରିଟରିଆଲ୍ ଆର୍ମି’ର ତାଙ୍କ ରେଜିମେଣ୍ଟ୍ରୁ ଡାକରା ଆସିଲେ ଦେଶ ସେବା କରିବାକୁ ମଧ୍ୟ ସେ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ।
I was commissioned as a regular officer into the Territorial Army in July 2016 as a Lieutenant.
Today I am honoured to share, I have been promoted to the rank of Captain.
I reaffirm my commitment for serving the people and the call of duty towards mother India 🇮🇳.
जय हिन्द | pic.twitter.com/pfaNPASMqT
— Anurag Thakur (@ianuragthakur) March 10, 2021