ସନ୍ଷ୍ଟାର ଟିଭି ବ୍ୟୁରୋ
କୋଲକାତା: ପଶ୍ଚିମବଙ୍ଗରେ ନନ୍ଦିଗ୍ରାମରେ ପ୍ରଚାର କରୁଥିବା ସମୟରେ ଆହତ ହୋଇଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ କୋଲକାତାରେ ହସ୍ପିଟାଲରେ ଚିକିତ୍ସୀତ ହେଉଛନ୍ତି । ମମତାଙ୍କ ଗୋଡ, କାନ୍ଧରେ ଆଘାତ ଲାଗିଛି । ଆହତ କାରଣରୁ ମମତାଙ୍କ ସବୁ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ତେବେ ମମତା ଅଭିଯୋଗ ଆଣିଛନ୍ତି ଯେ ତାଙ୍କୁ କିଛି ଜଣ ଅପରିଚିତ ବ୍ୟକ୍ତି କାର ମଧ୍ୟକୁ ଠେଲି ଦେବା ସହ ଜବରଦସ୍ତି କାର୍ର ଡୋର୍ ବନ୍ଦ କରି ଦେଇଥିଲେ। ଯାହା ଫଳରେ ଗୋଡରେ ଓ କାନ୍ଧରେ ଆଘାତ ଲାଗିଥିଲା । ଘଟଣା ସ୍ଥଳରେ ନନ୍ଦିଗ୍ରାମର ଡିଏମ୍ ଓ ଏସ୍ପି ପହଞ୍ଚି ସାରି ତଦନ୍ତ ଆରମ୍ଭ କରିଛନ୍ତି ଓ ଏହି ଘଟଣାଟି ଯେଉଁ ମିଠା ଦୋକାନ ସାମ୍ନାରେ ଘଟିଥିଲା ସେହି ଦୋକାନ ମାଲିକଙ୍କୁ ପଚରାଉଚରା ଜାରି ରଖିଛନ୍ତି ।
ତେବେ ଏହି ଘଟଣାକୁ ନାଟକ କହିଛି ବିଜେପି । ସୁରକ୍ଷାବଳୟ ମଧ୍ୟରେ ଏପରି ଆକ୍ରମଣ ହାରିବାର ସୂଚନା ଦେଉଛି ବୋଲି ବିଜେପି କହିଛି । ତେବେ ଏହି ଘଟଣାର ସିବିଆଇ ଯାଞ୍ଚ ହେବା ଉଚିତ ବୋଲି କହିଛି ବିଜେପି ।