ସନ୍ଷ୍ଟାର ଟିଭି ବ୍ୟୁରୋ
କିଛି ଘଣ୍ଟା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଟ୍ଵିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ଦୁଇଜଣ ଯୁବକ ଖୁବ୍ ସୁନ୍ଦର ଭାବରେ ମହାଦେବଙ୍କ ଭଜନ ଗାଉଥିବାର ଶୁଣିବାକୁ ମିଳିଥିଲା । ସେହି ଦୁଇ ଯୁବକଙ୍କ ଗୀତ ଏତେ ସୁନ୍ଦର ଥିଲା ଯେ ତାଙ୍କ ପରିଚୟ ନ ଜାଣି ନରେନ୍ଦ୍ର ମୋଦି ଭିଡିଓ ସେୟାର ଖୁବ୍ ସୁନ୍ଦର ବୋଲି କ୍ୟାପସନରେ ଲେଖିଥିଲେ । ତେବେ ଏହା ପରେ ସେହି ଅଜଣା ଅଚିହ୍ନା ଯୁବକ ଏବେ ରାତାରାତି ଷ୍ଟାର ପାଲଟିଯାଇଛନ୍ତି ।
ଦୁଇ ଯୁବକଙ୍କ ଗୀତକୁ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିବା ପରେ ପୂରା ଦେଶରୁ ଏମାନଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟୁଛି । ଆଉ ଏବେ ଏହି ଦୁଇ ଯୁବକଙ୍କୁ ଖୋଜିବା ମଧ୍ୟ ଆରମ୍ଭ ହୋଇଯାଇଛି । ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ମାତ୍ର ୨୦ ଘଣ୍ଟା ମଧ୍ୟରେ ଏହି ୧ଲକ୍ଷରୁ ଅଧିକ ଲୋକ ଦେଖି ସେୟାର କରିସାରିଲେଣି ।
 
बहुत बढ़िया! https://t.co/55ViOzefjQ
— Narendra Modi (@narendramodi) March 9, 2021
;