ସନ୍ଷ୍ଟାର ଟିଭି ବ୍ୟୁରୋ
ଡେରାଡୁନ୍: ଆଜି ଉତ୍ତରାଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ବିଜେପି ସାଂସଦ ତୀରଥ ସିଂହ ରାଓ୍ଵତ୍ । ଡେରାଡୁନର ରାଜ ଭବନରେ ରାଜ୍ୟପାଳ ବେବି ରାନୀ ମୌର୍ଯ୍ୟ ତୀରଥ ସିଂ ରାୱତଙ୍କୁ ଶପଥ ଗ୍ରହଣ କରାଇଛନ୍ତି । ତେବେ ଗତକାଲି ତ୍ରିଭେନ୍ଦ୍ର ସିଂହ ରାୱତ୍ ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫା ପତ୍ର ଦେବା ପରେ ଉତ୍ତରାଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଭାବେ ତୀରଥ ସିଂହ ରାଓ୍ଵତ୍ଙ୍କ ନାମ ଚର୍ଚ୍ଚା ଧରିଥିଲା ।
ତେବେ ଶପଥ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୀରଥ ସିଂହ ରାଓ୍ଵତ୍ଙ୍କୁ ଟ୍ଵିଟ କରି ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି ଯେ ସେ ତାଙ୍କ ସହିତ ବିସ୍ତୃତ ପ୍ରଶାସନିକ ଏବଂ ସାଂଗଠନିକ ଅଭିଜ୍ଞତା ଆଣିଛନ୍ତି । ମୁଁ ନିଶ୍ଚିତ ଯେ ତାଙ୍କ ନେତୃତ୍ୱରେ ରାଜ୍ୟ ପ୍ରଗତିର ନୂତନ ଉଚ୍ଚତା ଛୁଇଁବ ବୋଲି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ।
 
Congratulations to Shri @TIRATHSRAWAT on taking oath as the Chief Minister of Uttarakhand. He brings with him vast administrative and organisational experience. I am confident under his leadership the state will continue to scale new heights of progress.
— Narendra Modi (@narendramodi) March 10, 2021
;