ସନ୍ଷ୍ଟାର ଟିଭି ବ୍ୟୁରୋ
ପୁରୀ: ପୁରୀ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିବାକୁ ଆସନ୍ତା ୧୮ ତାରିଖରେ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ( ଏନଏସଜି) ପୁରୀକୁ ଆସିବେ । ନ୍ୟାସନାଲ ସିକ୍ୟୁରିଟି ଗାର୍ଡର ଏକ ୫ ଜଣିଆ ଟିମ୍ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବ ବୋଲି ଜଣାପଡିଛି । ତେବେ ଏହି ଟିମ୍ ପହଞ୍ଚିବା ପରେ ସମସ୍ତ ସୁବିଧା ଯୋଗାଇ ଦେବାକୁ ଏନଏସଜି ମୁଖ୍ୟାଳୟ ପକ୍ଷରୁ ଓଡିଶା ପୋଲିସଙ୍କୁ ଚିଠି ଲେଖାଯାଇ ଅନୁରୋଧ କରାଯାଇଛି । ଆଇଜି ଅପରେସନ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଏଏସଆଇ କର୍ତୃପକ୍ଷଙ୍କୁ ଏହି ଚିଠି ଲେଖାଯାଇଛି ।
ଶ୍ରୀମନ୍ଦିରରେ ଗ୍ରହଣ କରାଯାଉଥିବା ସୁରକ୍ଷା ବାବଦରେ ଜଣାଇବାକୁ ଚିଠିରେ ଉଲ୍ଲେଖ ରହିଛି । ଏହାବାଦ ଯାଞ୍ଚ ଟିମ୍ ଆବଶ୍ୟକ କରୁଥିବା ଅନ୍ୟାନ୍ୟ ସୁବିଧାଗୁଡିକୁ ଯୋଗାଇ ଦେବାକୁ ଅନୁରୋଧ କରାଯାଇଛି । ସେମାନଙ୍କ ରହଣୀ, ଗମନାଗମନ ଓ ପରିବହନ ବ୍ୟବସ୍ଥା ପାଇଁ ମଧ୍ୟ ସହାୟତା କରିବାକୁ ଚିଠିରେ ଉଲ୍ଲେଖ ରହିଛି । ତେବେ ଶ୍ରୀମନ୍ଦିରର ଚାରିକଡରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯିବା ପରେ ପ୍ରଥମ ଥର ପାଇଁ ଏନ୍ଏସ୍ଜି ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିବାକୁ ଯାଉଛି ।