ସନ୍ଷ୍ଟାର ଟିଭି ବ୍ୟୁରୋ
(image courtesy- ANI)
ମୁମ୍ବାଇ: ଭାରତୀୟ ନୌସେନାକୁ ଶକ୍ତିଶାଳୀ କରିବା ପାଇଁ ନୌସେନା ସହ ଯୋଡି ହୋଇଛି ଭାରତର ତୃତୀୟ ‘ସ୍କର୍ପିନ୍-କ୍ଲାସ୍’ ଡିଜେଲ୍-ଇଲେକ୍ଟ୍ରିକ୍ ବୁଡ଼ାଜାହାଜ ‘ଆଇଏନ୍ଏସ୍ କରଞ୍ଜ’ । ଆଜି ମୁମ୍ବାଇରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଏହାକୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି ।
ତେବେ ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଚିଫ୍ ଅଫ୍ ନାଭାଲ୍ ଷ୍ଟାଫ୍ ଆଡ୍ମିରାଲ୍ କରମବୀର ସିଂହ ଏବଂ ଆଡ୍ମିରାଲ୍ (ଅବସରପ୍ରାପ୍ତ) ଭିଏସ୍ ଶେଖାଓ୍ଵତ୍ ଯୋଗ ଦେଇଥିଲେ । ଏହି ସଭାରେ ଉଦ୍ବୋଧନ ଦେଇ ନୌସେନା ମୁଖ୍ୟ ଆଡ୍ମିରାଲ୍ କରମବୀର ସିଂହ କହିଛନ୍ତି ଯେ ଗତ ୭ ଦଶନ୍ଧିରୁ ଊର୍ଦ୍ଧ୍ୱ ହେବ ଭାରତୀୟ ନୌସେନା ପ୍ରତିରକ୍ଷା କ୍ଷେତ୍ରରେ ଭାରତୀୟକରଣ ଏବଂ ଆତ୍ମନିର୍ଭରତାର ଦୃଢ଼ ସମର୍ଥକ ହୋଇ ଆସିଛି । ସମ୍ପ୍ରତି, ଠିକ୍ ଭାବେ ଚାଲିଥିବା ୪୨ଟି ଜାହାଜ ଓ ବୁଡ଼ାଜାହାଜରୁ ୪୦ଟି ଭାରତୀୟ ‘ସିପ୍ୟାର୍ଡ’ରେ ନିର୍ମିତ ।