ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆଜି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ତ୍ରିଭେନ୍ଦ୍ର ସିଂହ ରାଓ୍ଵତ । ଆଜି ଅପରାହ୍ଣ ୪ଟା ସମୟରେ ସେ ରାଜ୍ୟପାଳ ବେବିରାଣୀ ମୌର୍ଯ୍ୟଙ୍କୁ ଭେଟି ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ନିଜର ଇସ୍ତଫା ଦେବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଉତ୍ତରାଖଣ୍ଡର ସେବା କରିବାକୁ ଦଳ ତାଙ୍କୁ ୪ ବର୍ଷ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଦେଇଥିଲା । ଦଳ ଏବେ ଏହି ସୁଯୋଗ ଅନ୍ୟ ଜଣେ ନେତାଙ୍କୁ ଦେବାକୁ ନିଷ୍ପତ୍ତି ନେଇଛି । ତେବେ ଯେତେବେଳେ ଜଣେ ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ପ୍ରଶ୍ନ କରିଥିଲେ ଯେ କାହିଁକି ତାଙ୍କୁ ମୁଖ୍ୟମନ୍ତ୍ରୀ ଛାଡିବାକୁ ପଡିଲା ସେ ଏହାର ଉତ୍ତର ଦେବାକୁ ଯାଇ କହିଥିଲେ,’ସେଥିପାଇଁ ତୁମକୁ ଦିଲ୍ଲୀ ଯିବାକୁ ପଡିବ ଓ ଏହି ପ୍ରଶ୍ନ ପାର୍ଟି ହାଇକମାଣ ଙ୍କୁ ପଚାରିବାକୁ ପଡିବ ।‘
ସୂଚନା ଅନୁଯାୟୀ ଆସନ୍ତାକାଲି ଉତ୍ତରାଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ ।