ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କରୋନା ଟିକା ନେବାର ୪୮ଘଣ୍ଟା ପର୍ଯ୍ୟନ୍ତ ପାଇଲଟ ବିମାନ ଉଡ଼ାଣ କାର୍ଯ୍ୟ କରିପାରିବେ ନାହିଁ ବୋଲି ଘୋଷଣା କରିଛନ୍ତି ବିମାନ ଚଳାଚଳ ନିୟନ୍ତ୍ରକ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) । ଡିଜିସିଏ ପକ୍ଷରୁ କୁହାଯାଇଛି ଯେ, କରୋନା ଟିକା ନେବାର ୪୮ ଘଣ୍ଟା ଯାଏ ପାଇଲଟ ଓ କ୍ରୁ ମେମ୍ଵରମାନଙ୍କୁ ବିମାନରେ ଯିବାକୁ ଅନୁମତି ଦିଆଯିବନାହିଁ । ଯଦି ଟିକା ନେବାର ୪୮ଘଣ୍ଟା ପରେ କୌଣସି ପାର୍ଶ୍ବ ପ୍ରତିକ୍ରିୟା ନଥାଏ, ତେବେ ବିମାନ କର୍ମଚାରୀ (ଯେଉଁଥିରେ ପାଇଲଟ୍ ଏବଂ କ୍ୟାବିନ କ୍ରୁ ଅନ୍ତର୍ଭୁକ୍ତ) ଉଡ଼ାଣ କାର୍ଯ୍ୟ ପୁନଃ ଆରମ୍ଭ କରିପାରିବେ ।
ଟିକା ନେବାର ୩୦ମିନିଟ ପର୍ଯ୍ୟନ୍ତ ପାଇଲଟ୍ ଏବଂ କ୍ୟାବିନ କ୍ରୁ ସଦସ୍ୟଙ୍କୁ ଟିକାକରଣ କେନ୍ଦ୍ରରେ ରଖାଯିବ । ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଲେ ସେମାନଙ୍କ ଚିକିତ୍ସା କରାଯିବା ସହ ପାର୍ଶ୍ବ ପ୍ରତିକ୍ରିୟା ନଥିଲେ ସେମାନଙ୍କୁ ୩୦ମିନିଟ ପରେ ଛାଡ଼ିଦିଆଯିବ । ଯଦି ୪୮ଘଣ୍ଟା ପରେ ପାଇଲଟ୍ ପାର୍ଶ୍ବ ପ୍ରତିକ୍ରିୟାର କୌଣସି ଲକ୍ଷଣ ଅନୁଭବ କରନ୍ତି, ତେବେ ସେମାନଙ୍କ ଚିକିତ୍ସା କରାଯାଇ ସ୍ଥିତିର ସମୀକ୍ଷା କରାଯିବ ।