ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ: ଓଡିଆ ଧାରାବାହିକ ଜଗତରୁ ଲୋକପ୍ରିୟତା ହାସଲ କରିଥିବା ସୁପରହିଟ୍ ଯୋଡି ଶୁଭାଶିଷ ଶର୍ମା ଓ ଆନିଶା ଶର୍ମା ଖୁବ୍ ଶିଘ୍ର ନୂତନ କୁଣିଆକୁ ସ୍ଵାଗତ କରିବାକୁ ଯାଉଛନ୍ତି । ଏନେଇ ଇନ୍ଷ୍ଟାଗ୍ରାମରେ ଫୋଟୋ ଛାଡିବା ପରେ ସେମାନଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି ।
ତେବେ ଏହି ସଫଳ ଯୋଡିଙ୍କର ପ୍ରେମ ସଂପର୍କ ଖୁବ୍ ପୁରୁଣା ଅଟେ । ଓଡିଆ ଧାରାବାହିକ ‘ସ୍ଵାଭିମାନ’ରୁ ଦୁହେଁ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ଏହାପରେ ଅନେକ ସିରିଅଲ୍, ମ୍ୟୁଜିକାଲ ଭିଡିଓ ଏବଂ ଓଡିଆ ଫିଲ୍ମରେ ମଧ୍ୟ ଦୁହେଁ ଏକାସାଙ୍ଗରେ ନଜର ଆସିଛନ୍ତି ।ସେମାନେ ୧୩ ଜୁଲାଇ ୨୦୧୬ରେ ପରସ୍ପରକୁ ବିବାହ କରିଥିଲେ । ଆନିଶା କେବଳ ଜଣେ ଅଭିନେତ୍ରୀ ନୁହଁନ୍ତି ସେ ଜଣେ ଡ୍ରେସ ଡିଜାଇନର୍ ଓ ମଡେଲ ମଧ୍ୟ ଅଟନ୍ତି ।
ସ୍ୱାଭିମାନ, ଆଇନା ଭଳି ମେଗା ଧାରାବାହିକ, ଓଡିଆ ଫିଲ୍ମ କାବୁଲା ବାରବୁଲାରେ ଦୁହେଁ ଏକାଠି ନଜର ଆସିଛନ୍ତି । ତେବେ ଶୁଭାଶିଷ ଶର୍ମା ମାଟ୍ରିକ ଫେଲ, ତୁ ମୋ ଆରମ୍ଭ ତୁ ମୋ ଶେଷ., ପ୍ରେମ ଅଢେଇ ଅକ୍ଷର, କ୍ରିଷ୍ଣା ଗୋବିନ୍ଦ ଭଳି ଅନେକ ଫିଲ୍ମରେ ନଜର ଆସିଛନ୍ତି ।
View this post on Instagram