ସନଷ୍ଟାର ଟିଭି ବ୍ୟୁରୋ:
ମେସିନ୍ ଲର୍ଣିଂ ଏବଂ ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସର ଗବେଷଣା କ୍ଷେତ୍ରରେ ଗବେଷଣା କରି ସଫଳତା ହାସଲ ପରେ ଅଷ୍ଟ୍ରେଲିଆ ରେ ସମ୍ମାନିତ ହୋଇଛନ୍ତି ଓଡ଼ିଆ ଯୁବକ ।ଓଡ଼ିଆ ଯୁବ ଗବେଷଣାକାରୀ ଡ. ପ୍ରଦୀପ କୁମାର ମଲ୍ଲିକ, ଡ. ରଞ୍ଜିତ୍ ପାଣିଗ୍ରାହୀ, ଓ ତାଙ୍କ ସହଯୋଗୀ ଡ. ଆକାଶ କୁମାର ଭୋଇ ଙ୍କ ମିଳିତ ଉଦ୍ୟମରେ ଅଷ୍ଟ୍ରେଲୀୟ ଇନୋଭେସନ୍ ପେଟେଣ୍ଟ୍(ଆଇ.ପି) ଏବଂ ଅନୁଦାନକୁ ସୁରକ୍ଷିତ କରିବାରେ ସଫଳ ହୋଇଛନ୍ତି । ପ୍ରଥମ ଅଷ୍ଟ୍ରେଲୀୟ ଆଇ.ପି, ମେସିନ୍ ଲର୍ଣିଂ ଏବଂ ଆଇ.ଓ.ଟି ଆଧାରିତ ସ୍ମାର୍ଟ ସେଲ୍ଫ୍ ଆଡଜଷ୍ଟିଂ ପଟିସିଟ୍, ୨୮ ଅକ୍ଟୋବର ୨୦୨୦ରେ ପ୍ରଦାନ କରାଯାଇଛି । ଦ୍ୱିତୀୟ ଅଷ୍ଟ୍ରେଲୀୟ ଆଇ.ପି ମେସିନ୍ ଲର୍ଣିଂ ଆଧାରିତ, ଯାହାକି ୧୧ ନଭେମ୍ବର ୨୦୨୦ରେ ପ୍ରଦାନ କରାଯାଇଛି ।ମେସିନ୍ ଲର୍ଣିଂ ହେଉଛି କୃତ୍ରିମ ବୁଦ୍ଧିମତ୍ତା, ଯାହାର ପ୍ରୟୋଗ ଦ୍ୱାରା ସିଷ୍ଟମ୍ ଗୁଡ଼ିକୁ ସ୍ୱୟଂଚାଳିତ ଭାବେ ଶିଖିବା ଏବଂ ଅଭିଜ୍ଞତାରୁ ଉନ୍ନତି ସାଧନ କରିବାର କ୍ଷମତା ପ୍ରଦାନ କରିଥାଏ । ଏହା କମ୍ପ୍ୟୁଟର ପ୍ରୋଗ୍ରାମ୍ର ବିକାଶ ଉପରେ ବିଶେଷ ଧ୍ୟାନ ଦେଇଥାଏ । ଇଣ୍ଟରନେଟ୍ ମାଧ୍ୟମରେ ଅନ୍ୟାନ୍ୟ ଉପକରଣ ତଥା ତଥ୍ୟ ସଂଯୋଗ ଓ ଆଦାନ ପ୍ରଦାନ କ୍ଷେତ୍ରରେ ଏହା ପୂର୍ଣ୍ଣରୂପେ କାର୍ଯ୍ୟ କରିପାରିବ । ଏଭଳି କାମ କରି ସର୍ବଭାରତୀୟ ସ୍ତରରେ ଓଡ଼ିଶାର ନାମକୁ ଉଜ୍ଜ୍ୱଳ କରିଛନ୍ତି ଏହି ଯୁବପ୍ରତିଭା ମାନେ । ଡ. ପ୍ରଦୀପ କୁମାର ମଲ୍ଲିକ୍ ଆସୋସିଏଟ୍ ପ୍ରଫେସର କମ୍ପ୍ୟୁଟର ଇଞ୍ଜିନିୟରିଂ ବିଭାଗରେ କିଟ୍ ଡିମଡ୍ ୟୁନିଭରସିଟିରେ କାର୍ଯ୍ୟରତ ଥିବାବେଳେ, ଡ. ଆକାଶ କୁମାର ଭୋଇ, ଆସିଷ୍ଟାଣ୍ଟ୍ ପ୍ରଫେସର ଇଲେକ୍ଟରିିକାଲ୍ ଏବଂ ଇଲୋକ୍ଟ୍ରୋନିକ୍ସ୍ ଇଞ୍ଜିନୟରିଂ ମଣିପାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ସିକିମ୍ରେ କାର୍ଯ୍ୟରତ। ସେହିଭଳି ଡ. ରଞ୍ଜିତ୍ ପାଣିଗ୍ରାହୀ, ଅଧୁନା ଆସିଷ୍ଟାଣ୍ଟ୍ ପ୍ରଫେସର କମ୍ପ୍ୟୁଟର ଆପ୍ଲିକେସନ୍ ବିଭାଗ, ମଣିପାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ସିକିମ୍ରେ କାର୍ଯ୍ୟରତ ।
ନିଜର ଅକ୍ଲାନ୍ତ ପରିଶ୍ରମ ଓ ଦୃଢ ଇଛାଶକ୍ତି ଦ୍ୱାରା ଏହି ସଫଳ ହାସଲ କରିଛନ୍ତି ଏବଂ ଏହା ଅନ୍ୟମାନଙ୍କୁ ନୂତନ ମାର୍ଗ ପ୍ରଦର୍ଶନ କରିବ ବୋଲି ଏହି ଯୁବ ଗବେଷକମାନେ ମତବ୍ୟକ୍ତ କରିଛନ୍ତି ।