ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ: ମାର୍ଚ୍ଚ ୧୧ରେ ଜାଗର ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ବିଭିନ୍ନ ଶୈବ ପୀଠଗୁଡିକରେ ଏହି ଦିନ ଭକ୍ତମାନଙ୍କ ଭିଡ ଜମିଥାଏ । ତେବେ ଚଳିତ ବର୍ଷ କରୋନା କଟକଣାକୁ ଦୃଷ୍ଟିରେ ରଖି ବିଭିନ୍ନ ଶୈବ ପୀଠ ୧୪୪ ଧାରା ଜାରି କରାଯାଇଛି । ଆଠଗଡର ପ୍ରସିଦ୍ଧ ଶୈବ ମନ୍ଦିର ବାବା ଧବଳେଶ୍ୱରଙ୍କ ପୀଠ ଓ ଭଦ୍ରକର ବାବା ଆଖଣ୍ଡଳୀମଣିଙ୍କ ପୀଠରେ ୧୪୪ ଧାରା ଜାରି କରାଯାଇଛି । ଧବଳେଶ୍ଵର ଓ ବାବା ଆଖଣ୍ଡଳମଣୀରେ ୧୧ ତାରିଖ ସକାଳ ୬ଟାରୁ ୧୨ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଏହି ୧୪୪ ଧାରା ବଳବତ୍ତର ରହିବ । କେବଳ ପୀଠରେ ପୂଜକମାନଙ୍କ ଦ୍ୱାରା ନୀତିକାନ୍ତି କରାଯାଇ ରାତି ୧୨ଟା ପରେ ମହାଦୀପ ଉଠିବ ।