ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ବିଜୁବାବୁଙ୍କ ନାମରେ ନାମିତ ଓଡିଶାର ପ୍ରମୁଖ ରାଜନୈତିକ ଦଳ ବିଜୁ ଜନତା ଦଳ, ନୂତନ ଓଡ଼ିଶା ନିର୍ମାତା, ପ୍ରବାଦ ପୁରୁଷ, ଓଡ଼ିଆ ସ୍ଵାଭିମାନର ପ୍ରତୀକ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ପାଳନ କରୁଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ତଥା ବିଜୁ ପଟ୍ଟନାୟକଙ୍କ ସୁଯୋଗ୍ୟ ସନ୍ତାନ ନବୀନ ପଟ୍ଟନାୟକ ପ୍ରଥମେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ପାର୍କରେ ବିଜୁବାବୁଙ୍କ ପ୍ରତିମୃର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ।
ଏହା ପରେ ଭର୍ଚୁଆଲ୍ ମାଧ୍ୟମରେ ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବୈଠକରେ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ଦେଇ କହିଛନ୍ତି ଯେ, ସେବା ଓ ସ୍ଵାଭିମାନ ଥିଲା ବିଜୁ ବାବୁଙ୍କ ଆଦର୍ଶ । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିର ଲକ୍ଷ ଲକ୍ଷ କର୍ମଚାରୀ ରାଜ୍ୟରେ କାର୍ଯ୍ୟ କରୁଛନ୍ତି । ରାଜ୍ୟବାସୀଙ୍କ ସେବା କରିବା ସହିତ ରାଜ୍ୟର ସ୍ଵାଭିମାନ ପାଇଁ ସବୁଦିନ ଲଢେଇ ଜାରି ରଖିବା ପାଇଁ ବିଜେଡି କର୍ମୀମାନଙ୍କୁ ଆହ୍ଵାନ ଦେଇଛନ୍ତି ।