ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଦେଶର ୧୧୧ଟି ସହରକୁ ନେଇ ହୋଇଥିବା ‘ଇଜି ଅଫ୍ ଲିଭିଙ୍ଗ୍ ଇଣ୍ଡେକ୍ସ-୨୦୨୦’ ସର୍ଭେ କରାଯାଇଥିଲା । ଆଜି ଏ ନେଇ ବିଭାଗୀୟ ମନ୍ତ୍ରୀ ହରଦୀପ୍ ସିଂହ ପୁରୀ ଘୋଷଣା କରିଛନ୍ତି । ଯେଉଁଥିରେ ରାଜଧାନୀ ଭୁବନେଶ୍ଵରକୁ ସଫଳତା ମିଳିଛି । ଏହି ସର୍ଭେରେ ଉତ୍ତମ ବାସୋପଯୋଗୀ ସହର ତାଲିକାରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛି ଭୁବନେଶ୍ଵର । ତେବେ ଦେଶରେ ପ୍ରଥମ ସ୍ଥାନରେ ରହିଛି ସିମ୍ଲା । ରାଜ୍ୟର ରାଉରକେଲା ସହର ୫୪ତମ ସ୍ଥାନରେ ରହିଛି ।
ସହରରେ ଲୋକଙ୍କ ଜୀବନଶୈଳୀ, ଆର୍ଥିକ ସାମର୍ଥ୍ୟ, ନିରନ୍ତର ବିକାଶ, ନାଗରିକଙ୍କ ମତାମତ ଆଦିକୁ ବିଚାର କରି ଏହି ସର୍ଭେ ହୋଇଥିଲା । ଏହି ଚାରିଟି ବର୍ଗରେ ୧୩ଟି ଶ୍ରେଣୀ ଯଥା ଶିକ୍ଷା, ସ୍ବାସ୍ଥ୍ୟ, ଗୃହ ଓ ଆଶ୍ରୟସ୍ଥଳୀ, ସଫେଇ, ଗମନାଗମନ ବ୍ୟବସ୍ଥା, ସୁରକ୍ଷା ଓ ନିରାପତ୍ତା, ଆମୋଦପ୍ରମୋଦ, ଆର୍ଥିକ ଉନ୍ନତି ସ୍ତର, ଆର୍ଥିକ ସୁଯୋଗ, ସବୁଜିମା, କୋଠାବାଡ଼ି, ଶକ୍ତି ସଂରକ୍ଷଣ, ସହରର ସ୍ଥିରତା ଆଦି ଉପରେ ଗୁରୁତ୍ଵ ଦିଆଯାଇଥିଲା ।
୧୦ ଲକ୍ଷରୁ କମ୍ ଲୋକ ବସବାସ କରୁଥିବା ସହର ମଧ୍ୟରେ ଭୁବନେଶ୍ବରରେ ରହିବାକୁ ଅଧିକ ଲୋକ ପସନ୍ଦ କରିଥିଲେ । ସୂଚନାଯୋଗ୍ୟ ଯେ ୧୦ ଲକ୍ଷରୁ ଅଧିକ ସହର ମଧ୍ୟରେ ସବୁଠୁ ଅଧିକ ବାସୋପଯୋଗୀ ସହର ଭାବେ ବେଙ୍ଗାଲୁରୁ ମନୋନୀତ ହୋଇଛି । ସେହିପରି ୧୦ ଲକ୍ଷରୁ ଅଧିକ ଜନବସତି ଥିବା ମ୍ୟୁନିସିପାଲିଟି ଶ୍ରେଣୀରେ ଇନ୍ଦୋର ପ୍ରଥମ ସ୍ଥାନ ହାସଲ କରିଛି ।
 
Union Minister HS Puri announces rankings of Ease of Living Index (EoLI) 2020 & Municipal Performance Index (MPI) 2020
Bengaluru, Pune, Ahmedabad best cities in EoLI 2020 (Mn Plus Category). Shimla first in EoLI 2020 (Less than Mn Category). Indore & NDMC leading in MPI 2020. pic.twitter.com/fWdDDJqJ2V
— ANI (@ANI) March 4, 2021
;