ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଆଜି ଓଡିଶାର ରାଜ୍ୟପାଳ ଗଣେଶୀ ଲାଲ କୋଭିଡ-୧୯ ଟିକାର ପ୍ରଥମ ଡୋଜ ଗ୍ରହଣ କରିଛନ୍ତି । ରାଜଭବନ ପରିସରରେ ଥିବା ଚିକିତ୍ସାଳୟରେ ତାଙ୍କୁ କରୋନା ଟିକା ଦିଆଯାଇଛି । ତେବେ ଏନେଇ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟପାଳଙ୍କ ଟ୍ଵିଟର ଆକାଉଣ୍ଟରେ ମଧ୍ୟ ଏନେଇ ସୂଚନା ଦିଆଯାଇଛି । ତେବେ ଯୋଗ୍ୟ ବିବେଚିତ ଲୋକମାନେ କରୋନା ଟିକା ଗ୍ରହଣ କରି ଓଡିଶାକୁ କୋଭିଡ୍ ମୁକ୍ତ କରିବା ପାଇଁ ଆହ୍ଵାନ ଦେଇଛନ୍ତି ରାଜ୍ୟପାଳ ।
ସୂଚନାଯୋଗ୍ୟ, ମାର୍ଚ୍ଚ ୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଷ୍ଟ୍ରପତି ରାମନାଥ କୋବିନ୍ଦ କରୋନା ଟିକା ନେଇଥିଲେ ।