ସନ୍ଷ୍ଟାର ଟିଭି ବ୍ୟୁରୋ
ଅହମଦାବାଦ : ଭାରତ-ଇଂଲଣ୍ଡ ମଧ୍ୟରେ ୪ର୍ଥ ତଥା ଶେଷ ଟେଷ୍ଟ ମ୍ୟାଚ ଆଜି ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲିଛି । ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ତେବେ ନିଜର ପ୍ରଥମ ଇନିଂସରେ ୨୦୫ ରନରେ ଅଲଆଉଟ ହୋଇଯାଇଛି । ଇଂଲଣ୍ଡ ପକ୍ଷରୁ ବେନ ଷ୍ଟୋକ୍ସ ସର୍ବାଧିକ ୫୫ରନ ଓ ଡାନିଏଲ ଲରେନ୍ସ ୪୬ରନ କରିଥିଲେ । ଭାରତ ପକ୍ଷରୁ ଅକ୍ସର ପଟେଲ ୪ଟି, ରବିଚନ୍ଦ୍ରନ ଅଶ୍ବିନ ୩ଟି ଓ ସିରାଜ ୨ଟି ଓ୍ବିକେଟ ନେଇଥିଲେ ।
ଇଂଲଣ୍ଡ ଅଲଆଉଟ ହେବା ପରେ ଭାରତ ନିଜର ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରିଛି । ୪ ରନରେ ଭାରତ ନିଜର ପ୍ରଥମ ଓ୍ଵିକେଟ ଶୁଭ୍ମନ ଗିଲଙ୍କୁ ହରାଇଛି । ତେବେ ଆଜିର ଦିନର ଖେଳ ଶେଷ ବେଳକୁ ଭାରତ ୨୪ ରନ୍ କରି ୧ ଓ୍ଵିକେଟ ହରାଇଛି । ରୋହିତ ଶର୍ମା ୧୫ ରନ୍ ଓ ଚେତେଶ୍ଵର ପୂଜାରା ୮ ରନ୍ କରିଛନ୍ତି ।