ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ପିତା ହେବାକୁ ଯାଉଛନ୍ତି । ବିରାଟ କୋହଲିଙ୍କ ନିକଟରେ ବାପା ହୋଇଛନ୍ତି । ଏବେ ଯୁବରାଜ ସିଂହଙ୍କ ପାଳି ପଡିଛି । ଯାହାକି ଏବେ ସୋସିଆଲ୍ ମିଡିଆରେ ଖୁବ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ଖବର ଅନୁଯାୟୀ, ଯୁବରାଜ ସିଂହ ନିଜ ଇନଷ୍ଟ୍ରାଗ୍ରାମ ଆକାଉଣ୍ଟରୁ ଏକ ଭିଡିଓ ସେୟାର କରିଥିଲେ । ଏହି ଭିଡିଓରେ ଯୁବରାଜ ଏବଂ ତାଙ୍କ ପତ୍ନୀଙ୍କ କିଛି ନିକଟତମ ବନ୍ଧୁ ଥିବାର ନଜର ଆସିଥିଲେ । ଯୁବରାଜ ନିଜ ପତ୍ନୀ ହେଜେଲ୍ଙ୍କ ଜନ୍ମଦିନ ସେଲିବ୍ରେଟ୍ କରୁଥିଲେ । ଜନ୍ମଦିନର ଶୁଭେଚ୍ଛା ଲେଖି ଏହି ଭିଡିଓଟି ପୋଷ୍ଟ କରିଛନ୍ତି ଯୁବରାଜ ।
ତେବେ ପୋଷ୍ଟ ହୋଇଥିବା ଭିଡିଓରେ ଯୁବରାଜଙ୍କ ପତ୍ନୀ ହେଜେଲ ଗର୍ଭବତୀ ଥିବାର ଚର୍ଚ୍ଚା ହେଉଛି । ଏପିରିକି ଫ୍ୟାନ୍ସମାନେ ଯୁବରାଜଙ୍କୁ ହେଜେଲ ଗର୍ଭବତୀ ନେଇ ପ୍ରଶ୍ନ ମଧ୍ୟ କରିଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଯୁବରାଜ କି ହେଜେଲ ଗର୍ଭବତୀ ନେଇ କିଛି ସ୍ପଷ୍ଟ କରିନାହାନ୍ତି । ତେଣୁ ହେଜେଲ ଗର୍ଭବତୀ ଥିବା ଖବର ଥିବା ଖବର ଏବେ ବି ଚର୍ଚ୍ଚାରେ ଅଛି । ସେହିପରି ଅନେକ ଫିଲ୍ମ ଷ୍ଟାର, କ୍ରିକେଟର ମଧ୍ୟ ହେଜେଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।
ସୂଚନାଯୋଗ୍ୟ ଯେ, ନିଜର କ୍ରିକେଟ୍ କ୍ୟାରିୟର ଓ ଲଭ ଲାଇଫ ନେଇ ଯୁବରାଜ ସିଂହ ସଦାସର୍ବଦା ଚର୍ଚ୍ଚାରେ ରହିଆସିଥାନ୍ତି । ବଲିଉଡ଼ର ଅନେକ ଅଭିନେତ୍ରୀଙ୍କ ସହିତ ତାଙ୍କର ଲଭ ଲାଇଫ୍ ନେଇ ଚର୍ଚ୍ଚା ଚାଲିଥିଲା । କିନ୍ତୁ ଶେଷରେ ସେ ଅଭିନେତ୍ରୀ ହେଜେଲ୍ଙ୍କୁ ବିବାହ କରିଥିଲେ ।
ସେହିପରି ନିଜ କ୍ରିକେଟ୍ କ୍ୟାରିୟରରେ ମଧ୍ୟ ଅନେକ ଉତ୍ଥାନପତ୍ତନର ସାମ୍ନା କରିବାକୁ ପଡିଛି । ୨୦୧୧ ବିଶ୍ୱକପ୍ରେ ପରେ ଯୁବରାଜଙ୍କୁ କ୍ୟାନସର ହୋଇଥିଲା । କିନ୍ତୁ ସେ କ୍ୟାନସର ଭଳି ମାରାତ୍ମକ ରୋଗ ସହିତ ଲଢେଇ କରି ବିଜୟୀ ହୋଇଥିଲେ, ଏବଂ କ୍ୟାନସର ଭଳି ରୋଗରୁ ସୁସ୍ଥ ହୋଇ ପୁଣି ଥରେ ପଡିଆକୁ ଓହ୍ଲାଇଥିଲେ ।