ସନ୍ଷ୍ଟାର ଟିଭି ବ୍ୟରୋ
ନୂଆଦିଲ୍ଲୀ: ଦେଶରେ ଦ୍ଵିତୀୟ ପର୍ଯ୍ୟାୟ କରୋନା ଟିକା କାର୍ଯ୍ୟକ୍ରମ ଜାରି ରହିଛି । ତେବେ ଏହା ମଧ୍ୟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଏକ ବଡ ଘୋଷଣା କରିଛନ୍ତି । ଏଣିକି କରୋନା ଟିକା ନେବାପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ରହିବ ନାହିଁ । ଯେକୌଣସି ଦିନ ଯେ କୌଣସି ସମୟରେ ଲୋକମାନେ ନିଜ ସୁବିଧାରେ ଟିକା ନେଇପାରିବେ । ଦେଶବ୍ୟାପୀ ଟିକାକରଣ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଲୋକମାନେ ୨୪ ଘଣ୍ଟା ଏବଂ ସପ୍ତାହରେ ୭ ଦିନ ମଧ୍ୟରୁ ଯେ କୌଣସି ସମୟରେ ସେମାନଙ୍କ ସୁବିଧା ଅନୁଯାୟୀ ଟିକା ନେଇପାରିବେ ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କ ସମୟ ଏବଂ ସ୍ବାସ୍ଥ୍ୟକୁ ଗୁରୁତ୍ବ ଦେଇ ଏଭଳି ପଦକ୍ଷେପକୁ ପ୍ରୋତ୍ସାହିତ କରିଛନ୍ତି ବୋଲି ସ୍ଵାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।
ପୂର୍ବରୁ ସକାଳ ୯ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଟିକାକରଣ ପାଇଁ ବ୍ୟବସ୍ଥା ଥିଲା। ଏବେ ହସ୍ପିଟାଲ୍ମାନେ ଯେତେ ସମୟ ପର୍ଯ୍ୟନ୍ତ ଚାହିବେ ଟିକାକରଣ କାର୍ଯ୍ୟ ଜାରି ରଖିବେ।