ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : ରାଜ୍ୟର ସମସ୍ତ ଜିଲ୍ଲାରେ ଖୁବ୍ ଶିଘ୍ର ଗୋଟିଏ ଲେଖାଏଁ ବିଜ୍ଞାନ କେନ୍ଦ୍ର ନିର୍ମାଣ ହେବାକୁ ଯାଉଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଗତକାଲି ଭର୍ଚୁଆଲ୍ ମାଧ୍ୟମରେ ରାୟଗଡାରେ ଏକ ପ୍ଲାନେଟାରିଅମ ଏବଂ ଜୟପୁରରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବା ପାଇଁ ଏକ ବୈଠକରେ ଯୋଗ ଦେଇ ଶ୍ରୀ ନବୀନ ପଟ୍ଟନାୟକ ଏ ବିଷୟରେ ଆଲୋଚନା କରିଥିଲେ । ଏଥିପାଇଁ ୧୦୦ କୋଟି ଟଙ୍କା ବିନିଯୋଗ କରାଯିବ । ତେବେ ଭୁବନେଶ୍ବରର ପଠାଣୀ ସାମନ୍ତ ପ୍ଲାନେଟାରିୟମରେ ୩-ଡି ବ୍ୟବସ୍ଥା କରାଯିବ ସହିତ ସିଟ୍ ସଂଖ୍ୟା ଏଥିରେ ୧୨୦ କୁ ବୃଦ୍ଧି କରାଯିବାର ବ୍ୟବସ୍ଥା କରାଯିବ ।
ତେବେ ଏହି ବୈଠକକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ସଂଚାଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଶ୍ରୀ ଏନ୍. ଭାସ୍କର ରାଓ, ଏବଂ ସ୍ଥାନୀୟ ବିଧାୟକମାନେ ଉପସ୍ଥିତ ଥିଲେ ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିସି ଜରିଆରେ ରାୟଗଡାରେ ଏକ ପ୍ଲାନେଟାରିଅମ ଏବଂ ଜୟପୁରରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ପାଇଁ ଭିତ୍ତି ପ୍ରସ୍ତର ରଖିଛନ୍ତି। ଛାତ୍ରଛାତ୍ରୀମାନେ ବିଜ୍ଞାନ ଶିକ୍ଷାରେ ମନୋନିବେଶ କରିବା ସହିତ ବୈଜ୍ଞାନିକ ମନୋବୃତି ନେଇ ଜୀବନରେ ଆଗକୁ ବଢିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। pic.twitter.com/R7tTYO6VwF
— I & PR Department, Odisha (@IPR_Odisha) March 3, 2021
 
ରାଜ୍ୟରେ ବର୍ତ୍ତମାନ ୨ଟି ପ୍ଲାନେଟାରିଅମ ଅଛି। ଆଉ ୬ଟି ପ୍ଲାନେଟାରିଅମ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ୩୦ଜିଲ୍ଲାରେ ୩୦ଟି ଜିଲ୍ଲା ବିଜ୍ଞାନ କେନ୍ଦ୍ର ମଧ୍ୟ ସ୍ଥାପନ କରାଯିବ। ଏଥିପାଇଁ ୧୦୦ କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପଠାଣି ସାମନ୍ତ ପ୍ଲାନେଟୋରିୟମରେ ଥ୍ରି-ଡି ବ୍ୟବସ୍ଥା କରାଯିବ।
— I & PR Department, Odisha (@IPR_Odisha) March 3, 2021
;