ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : ଆସନ୍ତା ୨୦ ତାରିଖରୁ ବସିବ ବିଧାନସଭାର ଶୀତ ଅଧିବେଶନ । ଏହା ପୂର୍ବରୁ ସବୁ ବିଧାୟକ ଏବଂ ଷ୍ଟାଫଙ୍କ ଆରଟି-ପିସିଆର ପରୀକ୍ଷା କରାଯିବ । ଏଥିପାଇଁ ଆସନ୍ତା ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ନମୁନା ସଂଗ୍ରହ କରାଯିବ । ଏନେଇ ବିଧାନସଭା ପରିସରରେ ନମୁନା ସଂଗ୍ରହ ନେଇ ଆବଶ୍ୟକ ସଂଖ୍ୟକ ସ୍ୱାସ୍ଥ୍ୟ କର୍ମଚାରୀ ଓ ଡାକ୍ତରଙ୍କୁ ନିଯୋଜିତ କରାଯିବ। ନମୁନା ସଂଗ୍ରହ ନେଇ ବିଧାନସଭା ପରିସରରେ ଆବଶ୍ୟକ ସଂଖ୍ୟକ ସ୍ୱାସ୍ଥ୍ୟ କର୍ମଚାରୀ ଓ ଡାକ୍ତରଙ୍କୁ ନିୟୋଜିତ କରାଯିବ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଏମସି, କ୍ୟାପିଟାଲ ହସ୍ପିଟାଲ ଓ ରାଜ୍ୟ ଔଷଧ ନିଗମକୁ ଚିଠି ଲେଖାଯାଇଛି।
ମୌସୁମୀ ଅଧିବେଶନ ପରି ଶୀତ ଅଧିବେଶନରେ ସାମାଜିକ ଦୂରତା ରକ୍ଷା କରି ବିଧାନସଭାରେ ବିଧାୟକ, ମନ୍ତ୍ରୀଙ୍କ ପାଇଁ ବସିବା ବ୍ୟବସ୍ଥା କରାଯାଇଛି। ପ୍ରତି ବିଧାୟକଙ୍କ ମଧ୍ୟରେ ଫାଇବର ଗ୍ଲାସର ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ବରିଷ୍ଠ ବିଧାୟକମାନେ ବିଧାନସଭାକୁ ଆସିବାକୁ ନ ଚାହିଁଲେ, ସେମାନଙ୍କ ପାଇଁ ମଧ୍ୟ ଭର୍ଚୁଆଲ ମାଧ୍ୟମରେ ସାମିଲ ହେବା ପାଇଁ ବ୍ୟବସ୍ଥା କରାଯାଇଛି।