ସନ୍ଷ୍ଟାର ଟିଭି ବ୍ୟୁରୋ
ତାମିଲନାଡ଼ୁ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାମିଲନାଡୁ ଗସ୍ତ ସମୟରେ କନ୍ୟାକୁମାରୀ ରୋଡରେ ହୋଇଥିବା ଏକ ରୋଡ ଶୋରେ ସାମିଲ ହୋଇଥିଲେ । ଏହି ସମୟରେ ସେ ସ୍କୁଲ ଛାତ୍ରଛାତ୍ରୀଙ୍କ ସହିତ କଥା ହେବା ସମୟରେ ତାଙ୍କୁ ଜଣେ ଛାତ୍ରୀ ପୁଶଅପ୍ ଚାଲେଞ୍ଜରେ ଭାଗ ନେବାକୁ ଅନୁରୋଧ କରିଥିଲେ । ତେବେ ତାଙ୍କ ଅନୁରୋଧକୁ ମାନି ମଞ୍ଚ ଉପରେ ପୁଶ୍ଅପ୍ କରିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଅଲ୍ ଇଣ୍ଡିଆ ମହିଳା କଂଗ୍ରେସ ପକ୍ଷରୁ ଜାରି କରାଯାଇଥିବା ଭିଡିଓଟିରେ ରାହୁଲ ଗାନ୍ଧୀ ୯ ସେକେଣ୍ଡରେ ନନ୍ଷ୍ଟପ୍ ୧୩ଟି ପୁଶଅପ୍ ମାରିଛନ୍ତି । ପୁଶଅପ୍ ମାରି ସାରିବା ପରେ ଛାତ୍ରୀ ଜଣକ ଗୋଟିଏ ହାତରେ ପୁଶଅପ୍ ମାରିବାକୁ କହିଥିଲେ । ଏହାପରେ ରାହୁଲ ଗୋଟିଏ ହାତରେ ପୁଶଅପ୍ ମାରିଥିଲେ । ରାହୁଲ ଗାନ୍ଧୀ ଯେଉଁ ଛାତ୍ରୀଙ୍କ ସହିତ ପୁଶଅପ୍ ଚ୍ୟାଲେଞ୍ଜ କରିଥିଲେ ସେ ଦଶମ ଶ୍ରେଣୀର ଛାତ୍ରୀ ମେରୋଲିନ୍ ଶୋନିଧା । ସେ ସେଣ୍ଟ ଜୋସେଫ୍ ହାଇସ୍କୁଲର ଛାତ୍ରୀ ଅଟନ୍ତି । ତେବେ ଏହାପରେ ସେ ଛାତ୍ରୀଛାତ୍ରୀମାନଙ୍କ ସହିତ ନୃତ୍ୟ ମଧ୍ୟ କରିଥିଲେ ।
&
In a lighter vein, Shri @RahulGandhi takes part in a ‘Push up challenge’ by Merolin Shenigha, a 10th standard Judo enthusiast.❣️#TNwithRahulGandhi pic.twitter.com/qZIrCkk5nq
— All India Mahila Congress (@MahilaCongress) March 1, 2021
;