ସନଷ୍ଟାର ଟିଭି ବ୍ୟୁରୋ
ଟିକେ ଟିକେ ଅସୁସ୍ଥତା କାରଣରୁ କିମ୍ବା ସାମାନ୍ୟ ମୁଣ୍ଡବିନ୍ଧା, ସାମାନ୍ୟ ଜ୍ୱର, ଶରୀରରେ ଯନ୍ତ୍ରଣା ଇତ୍ୟାଦି ଅନୁଭବ କରୁଥିଲେ ଲୋକ ମାନେ ଡାକ୍ତରଙ୍କ ପରାମର୍ଶ ନ ନେଇ ଔଷଧ ଦୋକାନରୁ ଆମେ ପେନକିଲର୍ ଖାଇଥାନ୍ତି ।
ପେନ୍କିଲର୍, ଯାହା ଶରୀରର ଯନ୍ତ୍ରଣା, ଜ୍ୱର ଏବଂ ସଂକ୍ରମଣକୁ ହ୍ରାସ କରିବାରେ ସାହାଯ୍ୟ କରେ । ଏହାକୁ ପ୍ରଭାବଶାଳୀ ଏବଂ ସଂପୂର୍ଣ୍ଣ ନିରାପଦ ଭାବରେ ବିବେଚନା କରାଯାଏ । କିନ୍ତୁ ସେଗୁଡିକ ବ୍ୟବହାର କରିବା ସମୟରେ ଆମେ ସମ୍ପୂର୍ଣ୍ଣ ଯତ୍ନ ନେବା ଉଚିତ୍ । ଯଦି ଏହି ଔଷଧଗୁଡିକୁ ଅତ୍ୟଧିକ କିମ୍ବା ଭୁଲ ଭାବରେ ବ୍ୟବହାର କରାଯାଏ ତେବେ ଏହା ଶରୀର ପାଇଁ ଅଧିକ କ୍ଷତିକାରକ ହୋଇପାରେ । ବିଶେଷ କରି ଆପଣଙ୍କ କିଡନୀ ପାଇଁ ମଧ୍ୟ ଏହା କ୍ଷତିକାରକ ହୋଇଥାଏ ।
ଆମେରିକାର ନ୍ୟାସନାଲ କିଡନୀ ଫାଉଣ୍ଡେସନ ଅନୁଯାୟୀ, ପ୍ରତିବର୍ଷ ଆମେରିକାରେ କିଡନୀ ଫେଲର ପ୍ରାୟ ୫ ପ୍ରତିଶତ ଅଧିକ ଏଭଳି ମାମଲା ଆସିଥାଏ । ଯଦି ଥରେ କିଡନୀ ରୋଗ ହୁଏ, ତେବେ ଏହି ଔଷଧଗୁଡିକ ବ୍ୟବହାର ହେବା ପରେ କିଡନୀ ରୋଗ ଆହୁରି ଖରାପ ହୋଇପାରେ । ଯଦିଓ ଆପଣଙ୍କର ପୂର୍ବରୁ କିଡନୀ ରୋଗ ନାହିଁ ଏବଂ ଆପଣଙ୍କ କିଡନୀ ସଂପୂର୍ଣ୍ଣ ସୁସ୍ଥ ଅଛି , ଆଉ ଆପଣ ଏହି ଔଷଧଗୁଡିକୁ ଅଧିକ ବ୍ୟବହାର କରନ୍ତି, ତେବେ ଆପଣଙ୍କ କିଡନୀକୁ କ୍ଷତି ପହଞ୍ଚାଇପାରେ ।