ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଆସିଲା ମାର୍ଚ୍ଚ ମାସ ପାଇଁ କରୋନା ଗାଇଡଲାଇନ । ମାର୍ଚ୍ଚ ୧ ରୁ ମାର୍ଚ୍ଚ ୩୧ ଯାଏ ଏହି ନୂତନ ଗାଇଡଲାଇନ ଜାରି ରହିବ । ତେବେ ରାଜ୍ୟର ସ୍ୱତନ୍ତ୍ର ରିଲିଫ୍ କମିଶନର ଏହି ଗାଇଡଲାଇନ ଜାରି କରିଛନ୍ତି । ଏହି ଗାଇଡଲାଇନ ଅନୁସାରେ;
- ମାକ୍ସ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ
- ଜନସଚେତନତା ସହ ବ୍ୟାପକ ପଦକ୍ଷେପ ନେବାକୁ ପରାମର୍ଶ
- ଯାତ୍ରା ପାଇଁ ମିଳିଲା ଅନୁମତି, ୫୦ ପ୍ରତିଶତ ଦର୍ଶକ ବସିପାରିବେ
- ଯାତ୍ରା କଟକଣା ହେଲା କୋହଳ, ୨୦୦୦ ଦର୍ଶକ ଦେଖିପାରିବେ ଯାତ୍ରା
- ୫୦୦ ଲୋକଙ୍କୁ ନେଇ ହୋଇପାରିବ ଶୁଦ୍ଧି କ୍ରିୟା ଓ ବାହାଘର
- ଆବଶ୍ୟକ ପଡିଲେ ଅବରୋଧ ଅଞ୍ଚଳ ଘୋଷଣା ହୋଇପାରିବ