ସନ୍ଷ୍ଟାର ଟିଭି ବ୍ୟୁରୋ
ଗୋପାଳପୁର: ଗଞ୍ଜାମ ଜିଲ୍ଲାର ଗୋପାଳପୁରଠାରେ ଦେଖିବାକୁ ମିଳିଛି ଏକ ନିଆରା ବିବାହ । ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୁଇ ଏଚ୍ଆଇଭି ସଂକ୍ରମିତ । ଶ୍ରଦ୍ଧାସଞ୍ଜିବନୀ ନାମକ ଶିଶୁ ଗୃହରେ ଜିଲ୍ଲା ପ୍ରଶାସନଙ୍କ ସହାୟତାରେ ସେମାନଙ୍କ ବିବାହ କାର୍ଯୟ୍ ସମ୍ପାଦିତ ହୋଇଛି । ତେବେ ଏହି ବିବାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍ ମାଧ୍ୟମରେ ଯୋଗ ଦେଇ ନବଦମ୍ପତ୍ତିଙ୍କୁ ଆଶୀର୍ବାଦ ଦେବା ସହ ଏହା ସଭିଙ୍କ ପାଇଁ ଏକ ଆଦର୍ଶ ବିବାହ ପାଲଟିବ ବୋଲି କହିଥିଲେ ।
ତେବେ ଶ୍ରଦ୍ଧାସଞ୍ଜିବନୀ ନାମକ ଶିଶୁ ଗୃହରେ ପିଲାଟି ଦିନୁ ରହୁଥିବା ଏଚଆଇଭି ସଂକ୍ରମିତ ପଦ୍ମା ଓ ରବୀନ୍ଦ୍ର ସାବାଳକ ହେବା ପରେ ଉଚ୍ଚ ଶିକ୍ଷା ଲାଭ କରି ହାଇଦ୍ରାବାଦ୍ରେ ଚାକିରି ପାଇଥିଲେ । ପିଲାଟି ଦିନରୁ ପରସ୍ପରଙ୍କୁ ଜାଣିଥିବା ପଦ୍ମା ଓ ରବୀନ୍ଦ୍ର ବଡ଼ ହୋଇ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ତେବେ ସେମାନଙ୍କ ଆଶା ଆଜି ପୂରଣ ହୋଇଛି ।