ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଭାରତର ନିର୍ବାଚନ ଆୟୋଗ ଆଜି ୪ଟି ରାଜ୍ୟ ପଶ୍ଚିମବଙ୍ଗ, ଆସାମ, ତାମିଲନାଡ଼ୁ ଓ କେରଳ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରି ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ମୁଖ୍ୟ ନିର୍ବାଚନ କମିସନର ସୁନୀଲ ଆରୋରା ଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ତାରିଖ ଘୋଷଣା କରିଛନ୍ତି । ପଶ୍ଚିମ ବଙ୍ଗରେ ୨୭ ମାର୍ଚ୍ଚରୁ, ପୁଡୁଚେରୀ, ତାମିଲନାଡୁ, କେରଳରେ ୬ ଏପ୍ରିଲରୁ ନିର୍ବାଚନ ହେବ ।
ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟ, ଆସାମରେ ୩ଟି ପର୍ଯ୍ୟାୟ ଏବଂ ତାମିଲନାଡ଼ୁ,କେରଳ ଓ ପୁଡୁଚେରିରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ତେବେ କରୋନା ପାଇଁ ଗୋଟିଏ ଘଣ୍ଟା ଅଧିକ ସମୟ ମତଦାନ ହେବ ।ଏବଂ ଆଶାୟୀ ପାର୍ଥୀ ଅନ୍ଲାଇନରେ ନାମାଙ୍କନ କରିପାରିବେ ।