ସନ୍ଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ: ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର । ଏବେ ଟ୍ରେନରେ ଯିବାକୁ ଜେନେରାଲ ଟିକେଟ୍ କରିବା ପାଇଁ ରେଲ୍ଓ୍ଵେ ଷ୍ଟେସନ ଯିବାକୁ ପଡିବନି । ଘରେ ବସି ମୋବାଇଲ୍ ଆପ୍ ମାଧ୍ୟମରେ ଜେନେରାଲ ଟିକେଟ କରିପାରିବେ । ଦୀର୍ଘ ଦିନରୁ ରେଳବାଇର ୟୁଟିଏସ୍ ମୋବାଇଲ୍ ଆପ୍ରେ ବନ୍ଦ ଥିବା ବେଳେ ଏବେ ତାହାକୁ ଚାଲୁ କରିବା ପାଇଁ ରେଲଓ୍ଵେ କର୍ମଚାରୀ ନିଷ୍ପତି ନେଇଛନ୍ତି । ଏହି ୟୁଟିଏସ୍ ଆପ୍ ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଫୋନ ବ୍ୟବହାରକାରୀ ନିଜ ନିଜ ମୋବାଇଲ୍ରେ ଇନ୍ଷ୍ଟଲ୍ କରିପାରିବେ । ଏହି ଆପ୍ ବ୍ୟବହାର କରିବାକୁ, ଆପଣଙ୍କୁ ଆପଣଙ୍କ ଜିପିଏସ୍ ସକ୍ରିୟ ରଖିବାକୁ ପଡ଼ିବ ।
ତେବେ ଜାଣନ୍ତୁ କିପରି ବୁକ୍ କରିବେ ଟିକେଟ୍
- ପ୍ରଥମେ ୟୁଟିଏସ୍ ଆପ୍କୁ ଗୁଗୁଲ୍ ପ୍ଲେଷ୍ଟୋର ମାଧ୍ୟମରେ ଡାଉନ୍ଲୋଡ କରନ୍ତୁ ।
- ଏହା ପରେ ନିଜର ନାମ, ମୋବାଇଲ ନମ୍ଵର ଓ ଅନ୍ୟାନ୍ୟ ଆବଶ୍ୟକୀୟ ତଥ୍ୟ ଦିଅନ୍ତୁ ।
- ତଥ୍ୟଗୁଡିକ ଦେଲା ପରେ ଆପଣ ଆପ୍ରେ ନିଜର ପଞ୍ଜିକରଣ କରାଇନେବେ ।
- ପଞ୍ଜିକରଣ ବେଳେ ଆପଣଙ୍କ ମୋବାଇଲ୍କୁ ଏକ ଓଟିପି ଆସିବ ।
- ଆପଣ ଓଟିପି ଦେବା ପରେ ଆପଣଙ୍କ ଫୋନ୍କୁ ଆଇଡି ଓ ପାସ୍ୱାର୍ଡ ଆସିଯିବ ।
- ସେଠାରେ ଆପଣ ଲଗ୍ଇନ୍ କରିବା ପରେ ଟିକେଟ୍ ବୁକ୍ କରିପାରିବେ ।
- ୟୁଟିଏସ୍ ମୋବାଇଲ୍ ଆପରେ ଜେନେରାଲ୍ ଟିକେଟ୍ ବୁକ୍ କରିବା ପରେ ଯାତ୍ରୀଙ୍କୁ ଏକ ପିଏନ୍ଆର୍ ନମ୍ବର ଦିଆଯିବ ।
- ଗୋଟାଏ ପିଏନ୍ଆର୍ ନମ୍ବରରେ ୪ଟି ଟିକେଟ୍ କରାଯାଇ ପାରିବ ।
- ଏହି ଟିକେଟ୍ର ଦେୟ ଆପଣଙ୍କୁ ଡିଜିଟାଲ୍ ମୋଡ୍ରେ କରିବାକୁ ପଡ଼ିବ ।