ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆଜି ବିଧାନସଭା ଗୃହରେ ଏଏନଏମ ଆନ୍ଦୋଳନକୁ ନେଇ ମନ୍ତବ୍ୟ ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଆନ୍ଦୋଳନ କରୁଥିବା ଏଏନଏମ ମାନଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ଦିଆଯିବ । ତେବେ ଏହି ପଦବୀ ପାଇଁ ୧୦୯୯ଟି ସିଟ୍ ଖାଲି ପଡିଛି ବୋଲି ବିଧାୟକ ସୂଚନା ଦେଇଛନ୍ତି । ସେହିପରି କୋରୋନା ସମୟରେ ଏଏନଏମ ମାନଙ୍କୁ ସର୍ତ୍ତାବଳୀ ଅନୁସାରେ ନିଯୁକ୍ତି ଦିଆଯାଇଥିବା କହିଥିଲେ ମନ୍ତ୍ରୀ ନବ କିଶୋର ଦାସ ।
ସୂଚନାଯୋଗ୍ୟ, ପୂର୍ବରୁ କରୋନା ମହାମାରୀକୁ ଦେଖି ଏଏନଏମଙ୍କୁ ସର୍ତ୍ତମୂଳକ ନିଯୁକ୍ତି ଦିଆଯାଇଥିଲା । ତେବେ ୯୦ ଦିନ ପାଇଁ ଏହି ଅସ୍ଥାୟୀ ନିଯୁକ୍ତି ଦିଆଯାଇଥିବା ବେଳେ, କରୋନାର ପ୍ରକୋପ କମିଯିବା ପରେ ସେମାନଙ୍କୁ ଛଟେଇ କରାଯାଇଛି । ଏହାର ପ୍ରତିବାଦ କରି ଏଏନଏମ୍ ସ୍ଵସ୍ଥ୍ୟକର୍ମୀମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି ।