ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣର ପ୍ରତିଶୋଧ ନେବାକୁ ମାତ୍ର ୧୨ ଦିନ ପରେ ଅର୍ଥାତ୍ ୨୦୧୯ ପେବୃଆରୀ ୨୬ ରେ ପାକିସ୍ତାନର ବାଲାକୋଟରେ ପଶି ଜୈଶ୍- ଏ- ମହମ୍ମଦ ସଂଗଠନର କ୍ୟାମ୍ପ ଉପରେ ଅତର୍କିତ ଭାବେ ଆକ୍ରମଣ କରିଥିଲା ଭାରତୀୟ ବାୟୁସେନା । ଯାହା ପରବର୍ତ୍ତି ସମୟରେ ବାଲାକୋଟ୍ ଏୟାରଷ୍ଟ୍ରାଇକ ନାମରେ ପରିଚିତ ହେଲା ।ଯାହାକୁ ଆଜି ଦୁଇ ବର୍ଷ ପୁରିଛି ।ତେବେ ଏହି ଅବସରରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟ୍ଵିଟ୍ କରି ଏହି ଦିନକୁ ସ୍ମରଣ କରିଛନ୍ତି ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବାୟୁସେନାର ଅସାଧାରଣ ସାହାସକୁ ସଲାମ କରି କହିଛନ୍ତି ଯେ, ବାଲାକୋଟ ଏୟାରଷ୍ଟ୍ରାଇକର ବର୍ଷପୂର୍ତ୍ତି ଅବସରରେ ମୁଁ ଭାରତୀୟ ବାୟୁସେନାର ଅସାଧାରଣ ସାହାସ ଏବଂ ପରିଶ୍ରମକୁ ସଲାମ କରୁଛି। ବାଲାକୋଟ ଆକ୍ରମଣ ଭାରତର ଦୃଢ ଇଚ୍ଛା ଶକ୍ତିକୁ ଦର୍ଶାଉଛି। ଆମେ ଆମର ସଶସ୍ତ୍ର ବାହିନୀ ଉପରେ ଗର୍ବ କରୁଛୁ। ସେମାନେ ଭାରତକୁ ସୁରକ୍ଷିତ ଏବଂ ସୁଦୃଢ ରଖୁଛନ୍ତି ।
On the anniversary of Balakot Air Strikes, I salute the exceptional courage and diligence of the Indian Air Force.
The success of Balakot strikes has shown India’s strong will to act against terrorism. We are proud of our Armed Forces who keep India safe and secure. @IAF_MCC
— Rajnath Singh (@rajnathsingh) February 26, 2021
;
ତେବେ ୨୬ ଫେବୃୟାରୀ ୨୦୧୯ ଭୋର ୩:୪୫ରେ ବାଲାକୋଟ୍ ଭାରତୀୟ ବାୟୁସେନା ୧୨ ମିରାଜ ୨୦୦୦ ଫାଇଟର ଜେଟ୍ ମାଧ୍ୟରେ ଏଲ୍ଓସି ପାରି ହୋଇ ପାକିସ୍ତାନ ସୀମାରେ ପ୍ରବେଶ କରି ଜୈଶ୍- ଏ- ମହମ୍ମଦ ଆତଙ୍କି କ୍ୟାମ୍ପ ଉପରେ ୧୦୦୦ କିଗ୍ରାର ଏକ ବମ୍ ପକାଯାଇଥିଲା ଯାହା ଦ୍ଵାରା ୩୦୦ ଆତଙ୍କବାଦ ମୃତ୍ୟୁ ବରଣ କରିଥିଲେ ବୋଲି ସରକାର ସୂଚନା ଦେଇଥିଲେ । ଭାରତର ଏହି କାର୍ଯ୍ୟକୁ ଦେଖି ପାକିସ୍ତାନ ସ୍ତବ୍ଧ ହୋଇଯାଇଥିଲା ।