ସନ୍ଷ୍ଟାର ଟିଭି ବ୍ୟୁରୋ
ଅହମଦାବାଦ୍: ଭାରତ- ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ବିଶ୍ଵର ସର୍ବ ବୃହତ କ୍ରିକେଟ ଷ୍ଟାଡିୟମ ଅହମଦାବାଦ୍ର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଛି । ତେବେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବ୍ୟାଟିଂରେ ଦୁଇଟି ଟିମର ବିପର୍ଯ୍ୟୟ ପରିସ୍ଥିତି ଦେଖାଯାଇଛି ।
ଗତକାଲି ଇଂଲଣ୍ଡ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତି ନେଇ ପ୍ରଥମ ପାରିରେ ମାତ୍ର ୧୧୨ ରନ କରିବାରେ ସକ୍ଷମ ହୋଇଥିଲା । ତେବେ ଭାରତୀୟ ଦଳ ଆଜି ମାତ୍ର ୧୪୫ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଏହା ପରେ ପୁଣି ଇଂଲଣ୍ଡ ବ୍ୟାଟିଂ କରିଥିଲା ।
ତେବେ ମାତ୍ର କେଇ ଘଣ୍ଟାର ଖେଳ ମଧ୍ୟରେ ଇଂଲଣ୍ଡ ୮୧ ରନ୍ ସଂଗ୍ରହ କରିଥିବା ବେଳେ ସମସ୍ତ ଓ୍ଵିକେଟ ହରାଇ ସାରିଛି । ଭାରତକୁ ମାତ୍ର ୪୯ ରନ୍ର ଟାର୍ଗେଟ୍ ଦେଇଛି ଇଂଲଣ୍ଡ ।ତେବେ ଭାରତୀୟ ବୋଲର ଅକ୍ସରଙ୍କ ଖାତାରେ ୫ଟି ଓ୍ଵିକେଟ ଆସିଥିବା ବେଳେ ଅଶ୍ଵିନ ନେଇଛନ୍ତି ୪ ଟି ଓ୍ଵିକେଟ ଓ ସୁନ୍ଦରଙ୍କ ଖାତାରେ ଗୋଟିଏ ଓ୍ଵିକେଟ୍ ଆସିଛି ।