ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ସୋସିଆଲ ମିଡିଆ ଓ ଓଟିଟି ପ୍ଲାଟଫର୍ମ ପାଇଁ ନୂତନ ଗାଇଡ୍ଲାଇନ୍ ଜାରି କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦ୍କର ଓ ରବିଶଙ୍କର ପ୍ରସାଦ ପ୍ରେସ୍ମିଟ ଡକାଇ ଏନେଇ ସୂଚନା ଦେଇଛନ୍ତି । ରବି ଶଙ୍କର ପ୍ରସାଦ କହିଛନ୍ତି ଯେ ସୋସିଆଲ୍ ମିଡିଆ ପ୍ଲାଟଫର୍ମକୁ ଭାରତରେ ସ୍ଵାଗତ କରାଯାଉଛି କିନ୍ତୁ ସୋସିଆଲ୍ ମିଡିଆର ଭୁଲ୍ ବ୍ୟବହାର ପାଇଁ ଏହା ଉପରେ କଟକଣା ଜାରି ହେବା ଉଚିତ୍ । ତେବେ ଏହି ଗାଇଡଲାଇନକୁ ୩ ମାସ ମଧ୍ୟରେ ଲାଗୁ କରାଯିବ ।ସେ କହିଛନ୍ତି ଯେ ଭାରତରେ ହ୍ଵାର୍ଟ୍ସଆପକୁ ୫୩ କୋଟି, ଫେସ୍ବୁକ୍ ୪୦ କୋଟି , ଓ ଟ୍ଵିଟରକୁ ୧ କୋଟିରୁ ଅଧିକ ଲୋକ ବ୍ୟବହାର କରୁଛନ୍ତି ।
ସୋସିଆଲ ମିଡିଆ ଓ ଓଟିଟି ପ୍ଲାଟଫର୍ମ ପାଇଁ ନୂତନ ଗାଇଡ୍ଲାଇନ୍
୧. ଯେଉଁମାନେ ସୋସିଆଲ୍ ମିଡିଆକୁ ବ୍ୟବହାର କରୁଛନ୍ତି ସେମାନଙ୍କର ଭେରିଫିକେସନ୍ କରିବା ପ୍ଲାଟଫର୍ମର କାମ ।
୨.ଯେ କୌଣସି ଆପତ୍ତିଜନକ କଣ୍ଟେଟ୍କୁ ୨୪ ଘଣ୍ଟା ମଧ୍ୟରେ ହଟାଇବାକୁ ପଡିବ । ଏବଂ ସବୁ ମାସରେ କେତେ ଅଭିଯୋଗରେ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତା ଉପରେ ମଧ୍ୟ ତଥ୍ୟ ଦେବାକୁ ହେବ ।
୩.ଭୁଲ୍ ତଥ୍ୟ ଦେଇଥିବା ପ୍ରଥମ ବ୍ୟକ୍ତିଙ୍କ ସୂଚନା ଦେବା ଆବଶ୍ୟକ ।
୪. ଜଣେ ନୋଡାଲ୍ ଅଧିକାରୀଙ୍କୁ ଓ ଜଣେ ଚିଫ୍ କମ୍ପ୍ଲେଣ୍ଟ ଅଫିସରଙ୍କ ନିଯୁକ୍ତି କରିବାକୁ ହେବ ।
କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର କହିଛନ୍ତି କି ମିଡିଆର ପ୍ରତି ପ୍ଲାଟଫର୍ମ ପାଇଁ ନିୟମ ଜରୁରି । ସେ କହିଛନ୍ତି ଯେ ଓଟିଟି କମ୍ପାନୀମାନଙ୍କୁ କୁହାଯାଇଥିଲା ଯେ ସେ ନ୍ୟୁଜ୍ ମିଡିଆ ଭଳି ଏକ ସେଲ୍ଫ ରେଗୁଲେସନ ପ୍ରସ୍ତୁତ କରନ୍ତୁ କିନ୍ତୁ ସେମାନେ ଏମିତି କରିନାହାଁନ୍ତି । ତେବେ ଏଣିକି ଓଟିଟି କଣ୍ଟେଣ୍ଟର ୫ କାଟାଗୋରୀ ରହିବ । U, U/A 7+, U/A 13+, U/A 16+, ଓ A ଶ୍ରେଣୀ ରହିବ ।