ସନଷ୍ଟାରଟିଭି ବ୍ୟୁରୋ
ଭୁବନେଶ୍ୱର: ଆଜି ଆଲୋକର ପର୍ବ ଦୀପାବଳି । କାହିଁ କେତେ କାଳରୁ ପୂର୍ବ ପୁରୁଷମାନେ ଏହି ପର୍ବକୁ ପାଳନ କରିଆସୁଛନ୍ତି ଅନ୍ଧକାରକୁ ଦୂର କରି ପୃଥିବୀକୁ ଆଲୋକିତ କରିବାର ଦିନ ହେଉଛି ଦୀପାବଳି ।ଦୀପ ପ୍ରଜଳ୍ୱିତ କରି ଉତ୍ସବ ପାଳନ କରିବାର ଦିନ । ଲୋକ ପରମ୍ପରା ଅନୁସାରେ ପ୍ରଭୁ ଶ୍ରୀରାମଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନକୁ ନେଇ ପାଳିତ ହୁଏ ଏହି ପର୍ବ। ଦୀପାବଳିକୁ ହସ ଉଲ୍ଲାସର ସହ ପାଳନ କରିବାର ଦିନ।
ଆତସବାଜୀ ଓ ଆଲୋକମାଳାରେ ସଜାଇ ଏହାକୁ ଧୁମଧାମର ସହ ପାଳନ କରିଥାନ୍ତି ଲୋକେ । ଘରେ ଘରେ ପିଠା ମିଠା ଓ ସାଜସଜ୍ଜାରେ ମହକି ଉଠେ ପରିବେଶ । ପରସ୍ପରକୁ ମିଠା ଖୁଆଇ ଦୀପାବଳିକୁ ଆନନ୍ଦର ପାଳନ କରିବାର ପରମ୍ପରା ରହିଛି। ସାରା ଦେଶ ତଥା ବିଦେଶରେ ମଧ୍ୟ ଦୀପାବଳି ଉତ୍ସବ ପାଳନ କରାଯାଉଛି।
ତେବେ ଚଳିତ ବର୍ଷ କରୋନା ସ୍ଥିତିକୁ ଦୃଷ୍ଟିରେ ରଖା ଯାଇ ବାଣ ଫୁଟାଇବା ଉପରେ କଟକଣା ଜାରି କରିଛନ୍ତି ସରକାର ।ଏଥିଯୋଗୁଁ ଉତ୍ସବ ପାଳନ ମଧ୍ୟ ପ୍ରଭାବିତ ହୋଇଛି । ତେବେ ଆଜି ରାଜ୍ୟରେ ଦୀପାବଳି କୁ ଦୃଷ୍ଟିରେ ରଖାଯ଼ାଇ ଅପରାହ୍ମ 2ଟା ପରଠାରୁ ମୋ ବସ୍ ସେବାକୁ ବନ୍ଦ ରଖାଯ଼ାଇଛି । ତେବେ ଆଜି ବଜାରରେ ଦୀପ, ଧୂପ, ମହମବତୀ , ଇଲେକ୍ଟ୍ରିକ୍ ଆଲୋକମାଳା ସହ ମିଠା କିଣିବାକୁ ଗ୍ରାହକଙ୍କ ଭିଡ଼ ଜମିଛି ।