ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଜେଲରେ ଥିବା କଏଦୀଙ୍କ ସ୍ଵାସ୍ଥ୍ୟର ଯତ୍ନ ନେବା ପାଇଁ ତଥା ଗୁରୁତର ରୋଗରେ ପୀଡିତ କଏଦୀଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିବା ପାଇଁ ଜେଲ୍ ହସ୍ପିଟାଲରେ ଥିବା ଫାର୍ମାସିଷ୍ଟ ମାନଙ୍କୁ ତାଲିମ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ କଟକ ରେଞ୍ଜ ଅଧୀନରେ ଆସୁଥିବା ୩୦ଟି ଜେଲ୍ରେ ଏହି ତାଲିମ କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏସସିବି ମେଡିକାଲ, କ୍ୟାପିଟାଲ ହସ୍ପିଟାଲ, ଏମ୍ସର ଅଭିଜ୍ଞ ବିଶେଷଜ୍ଞମାନେ ଏହି ତାଲିମ ପ୍ରଦାନ କରିବେ ।
ନିଶାଶକ୍ତ, ମାନସିକ ରୋଗରେ ଆକ୍ରାନ୍ତ, ହୃଦ୍ରୋଗୀ, କିଡ୍ନି ଜନିତ ଗୁରୁତର ରୋଗରେ ପୀଡିତ ରୋଗୀଙ୍କର ଚିକିତ୍ସା କିପରି କରାଯିବ ଓ କେମିତି ଯତ୍ନ ନିଆଯିବ ସେ ନେଇ ଜେଲ୍ ଫାର୍ମାସିଷ୍ଟମାନଙ୍କୁ ତାଲିମ ଦିଆଯିବ । ତେବେ ଏହି ତାଲିମ ଆସନ୍ତା ରବିବାର ଦିନ ଦିଆଯିବ । ବାଲେଶ୍ବର, ବାରିପଦା, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା ଜିଲ୍ଲାରେ ଥିବା ପ୍ରାୟ ୩୦ଟି ଜେଲ୍ରେ ଏହି ତାଲିମ ଦିଆଯିବ ।