ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆର୍ଜେଣ୍ଟିନାରେ ସାତଟି ମ୍ୟାଚ ଖେଳି ସାରିବା ପରେ ଭାରତୀୟ ମହିଳା ହକି ଦଳ ଜର୍ମାନୀ ଗ୍ରସ୍ତ କରୁଛନ୍ତି ।ଟୋକିଓ ଅଲମ୍ପିକ ଗେମ୍ରେ ସାମିଲ ହେବାକୁ ଜର୍ମାନୀ ଗ୍ରସ୍ତ କରୁଛନ୍ତି ରାନି ସ୍କ୍ଵାର୍ଡ ।ଏହି ସିରିଜରେ ଦଳ ମୋଟ୍ ୪ଟି ମ୍ୟାଚ୍ ଘରୋଇ ଦଳ ସହ ଖେଳିବ । ଏଥିପାଇଁ ୧୮ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ତେବେ ଏହି ମ୍ୟାଚ୍ ପାଇଁ ଓଡିଶାର ୨ ହକି ଖେଳାଳୀ ଲିଲିମା ମିଞ୍ଜ ଓ ଦୀପ୍ ଗ୍ରେସ ଏକ୍କା ଚୟନ ହୋଇଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଅଧିନାୟିକା ରାଣୀଙ୍କ ନେତୃତ୍ୱରେ ଦଳ ଆଜି ବେଙ୍ଗାଲୁରୁରୁ ଜର୍ମାନୀ ଯାତ୍ରା କରିବ । ଗସ୍ତର ପ୍ରଥମ ମ୍ୟାଚ୍ ଆସନ୍ତା ୨୭ ତାରିଖରେ ଖେଳାଯିବ । ଏହାପରେ ଦ୍ୱିତୀୟ ମ୍ୟାଚ୍ ୨୮, ତୃତୀୟ ମ୍ୟାଚ୍ ମାର୍ଚ୍ଚ ୨ ଓ ଅନ୍ତିମ ମ୍ୟାଚ୍ ୪ ତାରିଖରେ ଖେଳାଯିବ ।’ ଆର୍ଜେଣ୍ଟିନା ଗସ୍ତରେ ଭାରତ ମୋଟ ୭ଟି ମ୍ୟାଚ୍ ଖେଳିଥିଲା । ଟୋକିଓ ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ଏହା ଚଳିତ ବର୍ଷ ଭାରତର ଦ୍ୱିତୀୟ ବିଦେଶ ଗସ୍ତ ।
Congratulate women hockey players from #Odisha, Deep Grace Ekka & Lilima Minz for making it to the Indian team for the four match series against Germany. Best wishes to the team. https://t.co/OWsCz5sJ9J
— Naveen Patnaik (@Naveen_Odisha) February 23, 2021
;