ସନ୍ଷ୍ଟାର ଟିଭି ବ୍ୟୁରୋ
ରାତି ପାହିଲେ ଆଲୋକର ପର୍ବ ଦୀପାବଳି, ଏହି ଅବସରେ ଘରେ ବନାନ୍ତୁ ସୁଆଦିଆ ବେସନ ଲଡୁ । ତେବେ ଆଜି ଆମେ ଆପଣଙ୍କୁ ଶିଖାଇବୁ କେମିତି କରିବେ ବେସନ ଲଡୁ। ଯାହାକୁ ଆପଣ ମାତ୍ର କିଛି ମିନିଟ ମଧ୍ୟରେ ଏବଂ ଅଳ୍ପ ଖର୍ଚ୍ଚରେ ବନାଇ ପାରିବେ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।
ସାମଗ୍ରୀ
ବେସନ – ୫୦୦ ଗ୍ରାମ
ଦେଶୀ ଘିଅ – ୪୦୦ ଗ୍ରାମ
ଅଳେଇଚ ପାଉଡର – ଗୋଟେ ଚାମଚ
ପିସ୍ତା – ୫୦ ଗ୍ରାମ
ବାଦାମ – ୧୦୦ ଗ୍ରାମ (ପେଶା ହୋଇଥିବା)
ହଳଦି ପାଉଡର – ଚିମୁଟାଏ (ରଙ୍ଗ ପାଇଁ)
ଗୁଡ଼ – ୧୦୦ ଗ୍ରାମ
ଗୋଲାପ ଜଳ -୨ଚାମଚ (ବାସନା ପାଇଁ)
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ବାଦାମ ଏବଂ ପିସ୍ତାକୁ ଛୋଟଛୋଟ କରି କାଟି ଦିଅନ୍ତୁ। ଏକ କଡେଇରେ ଘିଅ ଗରମ କରନ୍ତୁ ଏବଂ ଲଗାତର ବେସନକୁ ୧୫ ରୁ ୨୦ ମିନିଟ ପର୍ଯ୍ୟନ୍ତ ଧୀମା ଆଞ୍ଚରେ ଭାଜନ୍ତୁ । ବେସନ ଭାଜି ହୋଇଗଲେ ସେଥିରେ ହଳଦି ପାଉଡର ପକାଇ ଏହାକୁ ଏକ ଥାଳିରେ ରଖନ୍ତୁ ଏବଂ ଗୁଡ଼କୁ ଏଥିରେ ମିଶାନ୍ତୁ । ଏବେ ଏହି ମିଶ୍ରଣରେ ବାଦାମ ଓ ପିସ୍ତା ପକାଇ ଏହାକୁ ଭଲଭାବେ ମିଶାଇ ଦିଅନ୍ତୁ । ବେସନ ଥଣ୍ଡା ହୋଇଗଲେ ମିଶ୍ରଣକୁ ବରାବର ଆକାରରେ ନେଇ ଲଡୁ ପ୍ରସ୍ତୁତ କରନ୍ତୁ । ଏବେ ପ୍ରସ୍ତୁତ ହୋଇଯାଇଛି ବେସନ ଲଡୁ। ତେବେ ଏହି ଦୀପାବଳିରେ ଏହାକୁ ବନାଇ ଆପଣ ଖାଇବା ସହ ଆପଣଙ୍କ ପ୍ରିୟଜନଙ୍କୁ ମଧ୍ୟ ଖୁଆନ୍ତୁ । ଏହାକୁ ଆପଣ ଫ୍ରିଜ୍ରେ ମଧ୍ୟ କିଛି ଦିନ ଯାଏଁ ରଖିପାରିବେ ।