ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦେଶରେ ଆକାଶଛୁଆଁ ହେଉଛି ତୈଳ ଦର । କେତେକ ସ୍ଥାନରେ ପେଟ୍ରୋଲ ଦର ୧୦୦ ମଧ୍ୟ ଛୁଇଁଲାଣି । ତୈଳ ଦର ହ୍ରାସ କରିବା ପାଇଁ ସାଧାରଣଙ୍କ ଜନତା ଠାରୁ ବିରୋଧୀଙ୍କ ପର୍ଯ୍ୟନ୍ତ ସମସ୍ତେ ଦାବି କରୁଛନ୍ତି । ତେବେ ତୈଳ ଦର ହ୍ରାସ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି । ମୂଲ୍ୟ ନିୟନ୍ତ୍ରଣ କରିବାକୁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ଶକ୍ତିକାନ୍ତ ଦାସ ।
ରିଜର୍ଭ ବ୍ୟାଙ୍କରେ କିଛି ଦିନ ପୂର୍ବରୁ ହୋଇଥିବା ମୁଦ୍ରା ନୀତି ସମୀକ୍ଷା ବୈଠକରେ ଏନେଇ ଆଲୋଚନା ହୋଇଥିଲା । ଏହି ବୈଠକରେ ଶକ୍ତିକାନ୍ତ ଦାସ ପରୋକ୍ଷ କର ହ୍ରାସ କରିବାକୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । କର କମ କଲେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ ହୋଇପାରିବ ବୋଲି ସେ କହିଛନ୍ତି । ଧୀରେ ଧୀରେ ପେଟ୍ରୋଲରୁ କର ହ୍ରାସ କରିବା ଆବଶ୍ୟକ ଯେଉଁଥିପାଇଁ ମୂଲ୍ୟ ଚାପକୁ ଅର୍ଥନୀତିରୁ ହଟାଯାଇପାରିବ ବୋଲି ସେ କହିଛନ୍ତି ।