ସନ୍ଷ୍ଟାର ଟିଭି ବ୍ୟୁରୋ
ଟମାଟୋ ସୁପ୍
ଟମାଟୋ ସୁପ୍ ଦେହ ପାଇଁ ଭଲ ବୋଲି କୁହାଯାଉଛି। ଏଥିରେ ପ୍ରଚୁର ମାତ୍ରାରେ ପୁଷ୍ଟିସାର ଭରି ରହିଛି। ଏଥିରେ ଭିଟାମିନ୍ ଏବଂ ରୋଗ ପ୍ରତିରୋଧକ ଶକ୍ତି ପ୍ରଚୁର ମାତ୍ରାରେ ରହିଛି। ଟମାଟୋ ସୁପ୍ ପିଇଲେ ଓଜନ ମଧ୍ୟ ହ୍ରାସ ପାଇଥାଏ। ଏହି ସୁପ୍ କ୍ୟାନ୍ସର୍ ଆଶଙ୍କା ବି କମ୍ କରିଥାଏ ଏବଂ ଶରୀରରେ ରକ୍ତ ସଞ୍ଚାଳନକୁ ତ୍ୱରାନ୍ୱିତ କରିଥାଏ। ଟମାଟୋ ସୁପ୍ରେ ଭିଟାମିନ୍ କେ ରହିଥିବାରୁ ହାଡ଼ ମଝବୁତ ହୋଇଥାଏ। ତ୍ବଚାକୁ ମଧ୍ୟ ଉଜ୍ବଳ ରଖିଥାଏ ।
ପାଳଙ୍ଗ ସୁପ୍
ଥଣ୍ଡାରେ ଟମାଟୋ ସୁପ୍ ଭଳି ପାଳଙ୍ଗ ସୁପ୍ ମଧ୍ୟ ଦେହ ପାଇଁ ହିତକର। ଏଥିରେ ଆଇରନ୍, ଭିଟାମିନ୍ ଏବଂ ପ୍ରୋଟିନ୍ ପ୍ରଚୁର ମାତ୍ରାରେ ଭରି ରହିଛି। ଏହି ସୁପ୍ ପିଇଲେ ଥଣ୍ଡା ପାଖ ମାଡ଼େ ନାହିଁ। ଏହାସହ ହାଡ଼ ବି ମଝବୁତ ହୋଇଥାଏ।
ଚିକେନ୍ ସୁପ୍
ଚିକେନ୍ ଖାଇବାକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ ଚିକେନ୍ ସୁପ୍ ସବୁଠୁ ଭଲ। ବିଭିନ୍ନ ପନିପରିବା ସହ ଚିକେନ୍ ସୁପ୍ ମିଶ୍ରଣ କରି ପିଇଲେ ଶରୀର ସୁସ୍ଥ ରହିଥାଏ। ଏଥିରେ କ୍ୟାଲୋରୀ ମଧ୍ୟ କମ୍ ରହିଥାଏ। ଡିପ୍ରେସନ ମଧ୍ୟ କମ୍ କରିଥାଏ ।