ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଆକାଶ ଛୁଆଁ ହେବାରେ ଲାଗିଛି । ୨ଦିନ ସ୍ଥିର ରହିବା ପରେ ରାଜ୍ୟରେ ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ବଢ଼ିଛି। ତେବେ ଆଜି ରାଜ୍ୟର ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ଦର ସର୍ବାଧିକ ରହିଛି । ଏଠାରେ ପେଟ୍ରୋଲ ଲିଟର ପିଛା ୧୦୦ ଟପିଛି । ଏହାପଛକୁ କାଲିମେଳାରେ ପେଟ୍ରୋଲ ଲିଟର ପିଛା ଦର ୯୭ଟଙ୍କା ୧୪ ପଇସା ରହିଛି ।
ଠିକ୍ ସେହିପରି ଯୋଡ଼ାରେ ପେଟ୍ରୋଲର ଲିଟର ପ୍ରତି ଦର ୯୩ଟଙ୍କା ଓ ଡିଜେଲ ୯୦ ଟଙ୍କାରୁ ଅଧିକ ରହିଥିବା ଜଣାଯାଇଛି । ସମ୍ବଲପୁର, ଭୁବନେଶ୍ୱର ଓ ବ୍ରହ୍ମପୁରରେ ପେଟ୍ରୋଲ ଲିଟର ପିଛା ଦର ୯୨ଟଙ୍କାରୁ ଅଧିକ ରହିଛି । ସମ୍ବଲପୁର ଓ ବ୍ରହ୍ମପୁରରେ ଡିଜେଲ ଦର ୮୯ଟଙ୍କାରୁ ଅଧିକ ରହିଛି । ସେହିପରି ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ଦର ୮୮ ଟଙ୍କା ୯୫ ପଇସା ରହିଛି ।