ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ସବୁଠୁ ଆକ୍ରମଣାତ୍ମକ ଖେଳାଳୀର ନାମ କହିଲେ ମନକୁ ଆସେ ବିରାଟ କୋହଲିଙ୍କ ନାମ । କିନ୍ତୁ ପଡିଆରେ ତାଙ୍କର ସ୍ଵଭାବ ଯେପରି ତାର ବିପରୀତ ଘରେ ଅଟେ । ପଡିଆ ବାହାରେ ସେ ଖୁବ୍ ଶାନ୍ତ ।ଏ ସମ୍ପର୍କରେ ବହୁ କ୍ରିକେଟର ମଧ୍ୟ କହିସାରିଛନ୍ତି । ନିକଟରେ ଭାରତୀୟ ଟିମର ପୂର୍ବତନ ସିଲେକ୍ଟର ଶରଣଦ୍ଵୀପ ସିଂ ବିରାଟଙ୍କ ବ୍ୟବହାର ନେଇ ନିଜର ଅନୁଭବ ଜଣାଇଛନ୍ତି ।
ଏକ ଇଣ୍ଟରଭ୍ୟୁରେ ଶରଣଦ୍ଵୀପ କହିଛନ୍ତି, ବିରାଟ ଜଣେ ଖୁବ୍ ଶାନ୍ତ ସ୍ବଭାବର, ସେ ଟିମ ସିଲେକ୍ସନର ମିଟିଂରେ ମଧ୍ୟ ଅନ୍ୟମାନଙ୍କ କଥା ଶୁଣିବାକୁ ପସନ୍ଦ କରିଥାନ୍ତି ଓ ଶେଷରେ ନିଜର କଥା କହିଥାନ୍ତି । ଏପରିକି ସେ ବିରାଟ କୋହଲି ଓ ଅନୁଷ୍କାଙ୍କ ବିଷୟରେ ମଧ୍ୟ କହିଛନ୍ତି । ସେ କହିଛନ୍ତି, ବିରାଟଙ୍କ ଘରେ କେହି ଚାକର ନାହାନ୍ତି। ବିରାଟ ଓ ତାଙ୍କର ପତ୍ନୀ ଅନୁଷ୍କା ନିଜେ ସମସ୍ତଙ୍କୁ ଖାଦ୍ୟ ପରସିଥାନ୍ତି । ଆପଣଙ୍କୁ ଆଉ କ’ଣ ଦରକାର? ବିରାଟ ଘରକୁ ଯାଇଥିବା ଅତିଥୀଙ୍କ ସହ ବସିଥାନ୍ତି ଓ ସାଙ୍ଗ ହୋଇ ଡିନର ମଧ୍ୟ କରନ୍ତି । ସେଥିପାଇଁ ସବୁ ଖେଳାଳି ତାଙ୍କୁ ଖୁବ୍ ସମ୍ମାନ କରନ୍ତି ବୋଲି କହିଛନ୍ତି ଶରଣଦ୍ଵୀପ ।