ସନ୍ଷ୍ଟାର ଟିଭି ବ୍ୟୁରୋ
ବେଙ୍ଗାଲୁରୁ: ଭାରତୀୟ ବାୟୁସେନାରେ ସାମିଲ ହେଲା ସ୍ଵଦେଶୀ ରାଡାର ଉତ୍ତମ । ତେଜସ୍ ଯୁଦ୍ଧବିମାନଗୁଡ଼ିକରେ ଲାଗିଥିବା ଇସ୍ରାଏଲ ନିର୍ମିତ ବିଦେଶୀ ରାଡାରଗୁଡ଼ିକୁ ବଦଳାଇ ସେହି ସ୍ଥାନରେ ସ୍ୱଦେଶୀ ଉତ୍ତମ ରାଡାର ଲଗାଯିବା ପାଇଁ ନିଷ୍ପତ୍ତି ଗୃହୀତ ହୋଇଛି । ପ୍ରତିରକ୍ଷା ସାମଗ୍ରୀ କ୍ଷେତ୍ରରେ ଦେଶକୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟ ନେଇ ଏପରି ନିଷ୍ପତ୍ତି ନିଆଯାଇଛି ।
ବର୍ତ୍ତମାନ ଭାରତୀୟ ବାୟୂସେନାରେ କାର୍ଯ୍ୟରତ ଥିବା ୧୨୩ଟି ତେଜସ ଯୁଦ୍ଧବିମାନ ପ୍ରଥମ ଦଫାରେ ୪୦ ଟି ବିମାନରେ ଏହି ସ୍ୱଦେଶୀ ଉତ୍ତମ ରାଡାର ଲଗାଯିବ । ପରୀକ୍ଷଣ କାଳରେ ସ୍ୱଦେଶୀ ଉତ୍ତମ ରାଡାର ବିଦେଶୀ ରାଡାର ଅପେକ୍ଷା ଭଲ ପ୍ରଦର୍ଶନ କରିଛ ବୋଲି ଡିଆରଡିଓର ଅଧ୍ୟକ୍ଷ ସତୀଶ ରେଡ୍ଡୀ କହିଛନ୍ତି ।