ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଆରମ୍ଭ ହୋଇଯାଇଛି ୨୦୨୧-୨୨ ଆର୍ଥିକ ବର୍ଷର ରାଜ୍ୟ ବଜେଟ୍ ଆଗତ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନ ସଭା ଗୃହରେ ବଜେଟ ଉପସ୍ଥାପନ କରିଛନ୍ତି । ବିଭିନ୍ନ କାର୍ଯ୍ୟକ୍ରମ ବାବଦକୁ ୧ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରାଯାଇଛି । ତେବେ ପ୍ରଶାସନିକ ବ୍ୟୟ ପାଇଁ ୮୫ ହଜାର କୋଟି ଟଙ୍କା, କାର୍ଯ୍ୟକ୍ରମ ବ୍ୟୟ ବାବଦକୁ ୭୫ ହଜାର କୋଟି, ବିପର୍ଯ୍ୟୟ ପ୍ରଶମନ ପାଇଁ ୩ ହଜାର ୫୦ କୋଟି, ପଞ୍ଚାୟର ଓ ସହରାଞ୍ଚଳ ପାଇଁ ୬୯୫୦ କୋଟି, କାଳିଆ ଯୋଜନା ପାଇଁ ୧୮୦୦ କୋଟି, ସ୍ଥାନୀୟ ନିକାୟ ସଂସ୍ଥା ଓ ଉନ୍ନୟନ ସଂସ୍ଥା ପାଇଁ – ୬୯୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏଥି ସହିତ ବିହନ ପାଇଁ ୧୦୦ କୋଟି ଏବଂ ସାର ପାଇଁ ୧୦୦କୋଟି ଅତିରିକ୍ତ ପାଣ୍ଠି ରଖାଯାଇଛି। ଏସିବିକୁ ଏମ୍ସ ପ୍ଲସ ଇନଷ୍ଟିଚ୍ୟୁଟରେ ପରିଣତ କରିବାକୁ ୩୫୦୦କୋଟି ବ୍ୟୟ ପ୍ରସ୍ତାବ।ପୁରୀର ବିକାଶ ପାଇଁ ଅବଢ଼ା ଯୋଜନାରେ ୫୪୨କୋଟିର ବ୍ୟୟବରାଦ। ଏକାମ୍ର କ୍ଷେତ୍ର ପାଇଁ ୨୦୦ କୋଟି ଏବଂ ସମଲେଇ କ୍ଷେତ୍ର ପାଇଁ ୨୦୦କୋଟି ଟଙ୍କା ବ୍ୟୟବରାଦ। ରାଉରକେଲାରେ ହକି ଷ୍ଟାଡିୟମ ନିର୍ମାଣ ପାଇଁ ୯୦କୋଟିର ବ୍ୟୟବରାଦ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଓ ସ୍ବାସ୍ଥ୍ୟବୀମା ପାଇଁ ୯୧୬୪ କୋଟିର ବ୍ୟୟ ପ୍ରସ୍ତାବ। ଉଦ୍ୟାନ କୃଷି ବିକାଶ ପାଇଁ ୧୩୨କୋଟିର ବ୍ୟୟବରାଦ।
ଓଡିଆ ଭାଷା, ସଂସ୍କୃତି ଓ ଐତିହ୍ୟର ପ୍ରୋତ୍ସାହନ ପାଇଁ ୧୩୫ କୋଟିର ବ୍ୟୟ ପ୍ରସ୍ତାବ
ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ଲାଗି ୫୧ କୋଟିର ବ୍ୟୟ ପ୍ରସ୍ତାବ।
ଐତିହ୍ୟସ୍ଥଳୀର ସୁରକ୍ଷାୟ ଓ ସଂରକ୍ଷଣ ପାଇଁ ୮ କୋଟିର ବ୍ୟୟ ବରାଦ।
ମଧୁବାବୁ ପେନସନ ଯୋଜନାରେ ୧ ହଜାର ୯ କୋଟି ଟଙ୍କାର ପ୍ରସ୍ତାବ।
ମୋ ସ୍କୁଲ ଯୋଜନା ପାଇଁ ୨୫୩ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ।
ମୋ କଲେଜ ଯୋଜନା ପାଇଁ ୭ କୋଟିର ବ୍ୟୟ ବରାଦ।
ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୪୫୦କୋଟି ବ୍ୟୟବରାଦ।
କଳାହାଣ୍ଡି ଓ ନବରଙ୍ଗପୁରରେ ୨ଟି ମଧ୍ୟମ ଜଳସେଚନ ପ୍ରକଳ୍ପ ପାଇଁ ମୋଟ ୨୨୫୮କୋଟି ଟଙ୍କା ବ୍ୟୟବରାଦ।
ବନ୍ୟା ନିୟନ୍ତ୍ରଣ ପାଇଁ ମୋଟ ୭୧୦କୋଟି ବ୍ୟୟବରାଦ।
ପାର୍ବତୀ ଗିରି ଜଳସେଚନ ଯୋଜନା ପାଇଁ ୮୬୦ କୋଟିର ବ୍ୟୟବରାଦ।
ଗଭୀର ନଳକୂପ ଖନନ ପାଇଁ ୩୮୯କୋଟି ଟଙ୍କା ବ୍ୟୟବରାଦ।
ନବକୃଷ୍ଣ ଚୌଧୁରୀ ଜଳସେଚନ ଯୋଜନାରେ ୭୭କୋଟିର ବ୍ୟୟବରାଦ।
ଅଚଳ ଉଠା ଜଳସେଚନ ପଏଣ୍ଟର ପୁନରୁଦ୍ଧାର ପାଇଁ ୧୬୦କୋଟିର ବ୍ୟୟ ବରାଦ।
ବିପର୍ଯ୍ୟୟରେ ତ୍ବରିତ କ୍ଷତିପୂରଣ ପାଇଁ ୫୬୦କୋଟିର ବ୍ୟୟବରାଦ।
ମତ୍ସ୍ୟଚାଷ ଓ ପଶୁପାଳନ ପାଇଁ ୧୪୧୫କୋଟିର ବ୍ୟୟବରାଦ।
ମାଛଧରା ଜେଟି ଓ ମାଛ ବଜାର ପାଇଁ ୧୦୦କୋଟିର ବ୍ୟୟବରାଦ।
ପଶୁଙ୍କୁ ଚିକିତ୍ସା ପାଇଁ ପଶୁ ହେଲପ ଲାଇନ ନମ୍ବର ସେବା ଆରମ୍ଭ ହେବ। ଏହା ସହ ରାଜ୍ୟରେ ପଶୁ ଚିକିତ୍ସା ବିଜ୍ଞାନ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯିବ।
କୃଷି ବଜେଟ ପାଇଁ ମୋଟ ୧୭,୪୬୮କୋଟି ଟଙ୍କାର ବ୍ୟୟବରାଦ।
ଓମ୍ବାଡସି ଓ ଡିଏମଏଫରୁ କୃଷି କ୍ଷେତ୍ରରେ ୪୪୭କୋଟି ବିନିଯୋଗ।
ମନରେଗାରୁ ୧୯୬୬କୋଟି ଟଙ୍କା କୃଷି କ୍ଷେତ୍ରରେ ବିନିଯୋଗ କରାଯିବ।
ସହରଗୁଡିକୁ ନିର୍ମଳ ରଖିବାକୁ ୩ ଶହ ୯୫ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ
ଅର୍ବାନ ସ୍ୱରେଜ ପ୍ରକଳ୍ପ ପାଇଁ ୧ ଶହ ୬୦ କୋଟି ଟଙ୍କା ବ୍ୟୟବରାଦ।
ଅର୍ବାନ ସାନିଟେସନ ପ୍ରକଳ୍ପ ପାଇଁ ୧ ଶହ ୯୦ କୋଟି ଟଙ୍କାର ପ୍ରସ୍ତାବ।
ସ୍ୱଚ୍ଛ ଭାରତ ମିଶନ ଅଧିନରେ ଗ୍ରାମାଞ୍ଚଳକୁ ୨ ଶହ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ।
ସ୍ୱଚ୍ଛ ଭାରତ ମିଶନ ସହରାଞ୍ଚଳକୁ ୨ ଶହ ୧୫କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ।