ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିକାଶ ତଥା ସମୃଦ୍ଧ କରିବା ପାଇଁ ତୃଣମୂଳ ସ୍ତରରୁ ବିକାଶ କାର୍ଯ୍ୟ ଆରମ୍ଭ କରିଛନ୍ତି । ପଞ୍ଚାୟତଗୁଡିକୁ ସଶକ୍ତ ତଥା ବିକାଶ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଐତିହାସିକ ପଦକ୍ଷେପମାନ ମଧ୍ୟ ଗ୍ରହଣ କରିଛନ୍ତି । ତେବେ ରାଜ୍ୟରେ ମନରେଗା ଯୋଜନାରେ ଚଳିତ ଆର୍ଥିକ ବର୍ଷରେ ମୋଟ ୧୮.୫୩ କୋଟି କାର୍ଯ୍ୟ ଦିବସ ସୃଷ୍ଟି ହୋଇଛି ।
ସରପଞ୍ଚମାନଙ୍କୁ ସେମାନଙ୍କ କାର୍ଯ୍ୟ ପ୍ରତି ଉତ୍ସାହିତ କରିବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ସମ୍ବର୍ଦ୍ଧିତ କରିବାକୁ ଯାଉଛନ୍ତି । ମନରୋଗା ଯୋଜନାରେ ଅଧିକ ସ୍ଥାବର ସମ୍ପତ୍ତି ଏବଂ କାର୍ଯ୍ୟ ଦିବସ ସୃଷ୍ଟି କରିଥିବା ଶ୍ରେଷ୍ଠ ୧୦ ଜଣ ସରପଞ୍ଚଙ୍କୁ ରାଜ୍ୟ ସରକାର ସମ୍ବର୍ଦ୍ଧିତ କରିବେ ।
&
ପଞ୍ଚାୟତଗୁଡିକୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରେ ମନରେଗା ଯୋଜନାରେ ଚଳିତ ଆର୍ଥିକ ବର୍ଷରେ ମୋଟ ୧୮.୫୩ କୋଟି କାର୍ଯ୍ୟ ଦିବସ ସୃଷ୍ଟି ହୋଇଛି। ଅଧିକ ସ୍ଥାବର ସମ୍ପତ୍ତି ଏବଂ କାର୍ଯ୍ୟ ଦିବସ ସୃଷ୍ଟି କରିଥିବା ଶ୍ରେଷ୍ଠ ୧୦ ଜଣ ସରପଞ୍ଚଙ୍କୁ ରାଜ୍ୟ ସରକାର ସମ୍ବର୍ଦ୍ଧିତ କରିବେ। pic.twitter.com/U3Wk9gYGAP
— I & PR Department, Odisha (@IPR_Odisha) February 22, 2021
;