ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କାର୍ଗିଲ ଯୁଦ୍ଧର ମହାନାୟକ ବିକ୍ରମ ବତ୍ରାଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ଶେରଶାହା ଖୁବ୍ ଶୀଘ୍ର ରିଲିଜ ହେବାକୁ ଯାଉଛି । ବଲିଉଡ୍ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏହି ଫିଲ୍ମରେ ବିକ୍ରମ ବତ୍ରାଙ୍କ ଭୂମିକା ନିର୍ବାହ କିରବାକୁ ଯାଉଛନ୍ତି ।ତେବେ ଏହି ଫିଲ୍ମ ଜୁଲାଇ ୨ରେ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି ।
ତେବେ ଏହି ଶେରଶାହା ଫିଲ୍ମର ନିର୍ମାତା ହେଉଛନ୍ତି କରଣ ଜୋହର । ଶେରଶାହ ସୁଟିଂ ସେଟରୁ ପୂର୍ବରୁ ବହୁ ଫଟୋ ଭାଇରାଲ୍ ହୋଇଛି ।ତେବେ ରିଲିଜ ପୋଷ୍ଟରକୁ ଦେଖିଲା ପରେ ଦର୍ଶକମାନଙ୍କ ଉତ୍କଣ୍ଠା ବଢିଯାଇଛି ।
ଫିଲ୍ମ ଶେରଶାହର ସୁଟିଂ ବିକ୍ରମ ବତ୍ରାଙ୍କ ହୋମ ଟାଉନ ଧର୍ମଶାଳାରେ କରାଯାଇଛି। ଏହା ସହ ଲେହ, ଲଦ୍ଦାଖ, ଏବଂ କାର୍ଗିଲରେ ମଧ୍ୟ ବହୁ ମହତ୍ଵପୂର୍ଣ୍ଣ ସିନ୍ ସୁଟିଂ କରାଯାଇଛି।
The untold true story of Captain Vikram Batra (PVC) is all set to unravel on the big screens. #Shershaah coming to theatres near you on 2nd July, 2021. See you at the movies!@advani_kiara @vishnu_dir @karanjohar @apoorvamehta18 @b_shabbir @aishah333 @harrygandhi @somenmishra0 pic.twitter.com/FtDlyKXaa3
— Sidharth Malhotra (@SidMalhotra) February 20, 2021